Below header

ସୀମା ପାର ହୋଇ ପାକିସ୍ତାନୀ ପ୍ରେମିକଙ୍କୁ ବିବାହ କରିଥିବା ଅଂଜୁ ପୁଣି ଫେରିବେ ଭାରତ, ଫତିମାରୁ ପୁଣି ହେବେ କି ଅଂଜୁ !

ପ୍ରେମିକଙ୍କୁ ଭେଟିବା ପାଇଁ ପାକିସ୍ତାନ ଚାଲିଯାଇଥିବା ଅଂଜୁ ଜୀବନରେ ନୂଆ ମୋଡ ସୃଷ୍ଟି ହୋଇଛି । ଏବେ ସେ ପୁଣିଥରେ ଭାରତ ଫେରିବାକୁ ସଜବାଜ ହେଉଥିବା ଜଣାଯାଇଛି । ଏକଥା ପ୍ରକାଶ କରିଛନ୍ତି ତାଙ୍କ ପ୍ରେମିକ ତଥା ପାକିସ୍ତାନୀ ସ୍ୱାମୀ ନସରୁଲହା ।

ନୂଆଦିଲ୍ଲୀ : ପ୍ରେମିକଙ୍କୁ ଭେଟିବା ପାଇଁ ପାକିସ୍ତାନ ଚାଲିଯାଇଥିବା ଅଂଜୁ ଜୀବନରେ ନୂଆ ମୋଡ ସୃଷ୍ଟି ହୋଇଛି । ଏବେ ସେ ପୁଣିଥରେ ଭାରତ ଫେରିବାକୁ ସଜବାଜ ହେଉଥିବା ଜଣାଯାଇଛି । ଏକଥା ପ୍ରକାଶ କରିଛନ୍ତି ତାଙ୍କ ପ୍ରେମିକ ତଥା ପାକିସ୍ତାନୀ ସ୍ୱାମୀ ନସରୁଲହା । ଅଂଜୁ ଏଥର ତାଙ୍କ ଦୁଇ ସନ୍ତାନଙ୍କୁ ଭେଟିବା ପାଇଁ ଭାରତ ଆସୁଛନ୍ତି ବୋଲି କହିଛନ୍ତି ପାକିସ୍ତାନୀ ସ୍ୱାମୀ ନସରୁଲହା ।

ଅଂଜୁଙ୍କର ୧୫ ବର୍ଷର ଝିଅ ଓ ୬ ବର୍ଷର ପୁଅ ପାଇଁ ବହୁତ ବ୍ୟସ୍ତ ହେଉଥିବାରୁ ମାନସିକ ଭାବେ ସେ ଭାଙ୍ଗି ପଡିଛନ୍ତି । ତେଣୁ ସେ ଭାରତ ଫେରିବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି ସ୍ୱାମୀ ନସରୁଲହା । ତାଙ୍କୁ ଭାରତ ପଠାଇବା ପାଇଁ ମଧ୍ୟ ନସରୁଲହା ସହାୟତା କରୁଛନ୍ତି । ସମସ୍ତ କାଗଜପତ୍ର କାର୍ଯ୍ୟ ସରିଲେ ଅଂଜୁ ଭାରତ ପ୍ରତ୍ୟାଗମନ କରିବେ । ଏଥିପାଇଁ ହୁଏତ ମାସେ ସମୟ ଲାଗିପାରେ ବୋଲି ସ୍ୱାମୀ ନସରୁଲହା କହିଛନ୍ତି । ସୀମା ପାର ପ୍ରେମ କାହାଣୀକୁ ନେଇ ସାରା ଦେଶରେ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା ।

ଏପଟେ ଅଂଜୁଙ୍କ ଭାରତୀୟ ସ୍ୱାମୀ କହିଛନ୍ତି, ଯେହେତୁ ସେ ତାଙ୍କ ଠାରୁ ଛାଡପତ୍ର ନେଇ ନାହାଁନ୍ତି, ଅଂଜୁଙ୍କ ପାକିସ୍ତାନ ବିବାହ ବୈଧ ନୁହେଁ । ଏହା ଭିତରେ ପ୍ରଶ୍ନ ଉଠୁଛି ଅଂଜୁ ଫେରିଲେ ରହିବେ କେଉଁଠି ? ଅଂଜୁଙ୍କ ବାପା ତାଙ୍କ ଝିଅ ମରିଯାଇଛନ୍ତି ବୋଲି କହିସାରିଛନ୍ତି । ଖାଲି ସେତିକି ନୁହେଁ ଯଦି ସେ ଭାରତ ଫେରିବେ ତାଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ସେ କହିସାରିଛନ୍ତି । ଏପରି ସ୍ଥିତିରେ ଅଂଜୁ ଫେରିଲେ ରହିବେ କେଉଁଠି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ପ୍ରକାଶଯୋଗ୍ୟ, ଗୁଜୁରାଟ ନିବାସୀ ଅଂଜୁଙ୍କର ପ୍ରେମ ହୋଇଥିଲା ଫେସବୁକ ଲଭର ପାକିସ୍ତାନର ନସରୁଲାଙ୍କ ସହ ୨୦୧୯ ମସିହାରେ । ଉଭୟଙ୍କ ମଧ୍ୟରେ ରୋମାନ୍ସ ଏତେ ଉପରକୁ ଗଲା ଯେ ଅଂଜୁ ଭିସା ନେଇ ପାକିସ୍ତାନ ଚାଲିଗଲେ ନସରୁଲହାଙ୍କୁ ଦେଖା କରିବା ପାଇଁ ।

ହେଲେ ସେଠାରେ ତାଙ୍କୁ ବିବାହ କରି ଫତିମା ବନିଗଲେ । ଏଥିପାଇଁ ପାକସ୍ତାନରେ ଅଂଜୁଙ୍କୁ ବହୁ ପ୍ରଶଂସା ଓ ପୁରସ୍କାର ମିଳିଲା । ହେଲେ ଏବେ ପୁଣି ସେ ଭାରତ ଫେରିବେ ବୋଲି ପ୍ରକାଶ କରିଛନ୍ତି । ଯଦିଓ ଏବେ ତାଙ୍କର ବାତ୍ସଲ୍ୟ ପ୍ରେମ ଜାଗ୍ରତ ହୋଇଛି ବୋଲି କୁହାଯାଉଛି । ତେବେ ଆଗାମୀ ଦିନରେ ଅଂଜୁ ଭାରତ ଆସିଲେ ତାଙ୍କ ପ୍ରତି କି ପଦକ୍ଷେପ ନିଆଯିବ ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.