କନ୍ଧମାଳ ଗସ୍ତରେ ସାଂସଦ ଡ଼କ୍ଟର ଅଚ୍ୟୁତ ସାମନ୍ତ, ବିଭିନ୍ନ ସ୍ଥାନ ପରିଦର୍ଶନ କରି କରୁଛନ୍ତି ସମୀକ୍ଷା

କନ୍ଧମାଳ (କେନ୍ଯୁଜ୍): କନ୍ଧମାଳ ଗସ୍ତରେ ସାଂସଦ ଡ଼କ୍ଟର ଅଚ୍ୟୁତ ସାମନ୍ତ । କନ୍ଧମାଳକୁ ୩ ଦିନିଆ ଗସ୍ତରେ ଯାଇ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଆଜି ପ୍ରଥମେ ଫୁଲବାଣୀ ନିକଟ ତେରାଗୁଡ଼ା ଗାଁ ନିକଟରେ ନିର୍ମାଣଧୀନ ୬ଶହ ୫୦ସଂଖ୍ୟା ବିଶିଷ୍ଟ ହସ୍ପିଟାଲ ଓ ମେଡ଼ିକାଲ କଲେଜର ସମୀକ୍ଷା କରିଥିଲେ । କିଭଳି ଭାବେ କାମ ଚାଲିଛି ସେନେଇ କାର୍ଯ୍ୟରତ କର୍ମଚାରୀ ଓ ଫୁଲବାଣୀ pwd ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ସପୋଜି ପାଲମ୍‌ ନାମକ ଠିକା ସଂସ୍ଥା ଏହି କାର୍ଯ୍ୟ ହାତକୁ ନେଇଛି । ୨୦୨୪ ସୁଦ୍ଧା କଲେଜ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ସାଂସଦ କହିଛନ୍ତି । କନ୍ଧମାଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଂସଦ । ଅନ୍ୟ ପକ୍ଷେ ସାଂସଦଙ୍କ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ମୁଖ୍ୟ ଅବଦାନ ଥିବା କହିଛନ୍ତି pwd excutive engineer ପ୍ରିୟବ୍ରତ ସାମନ୍ତରାୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.