ରୋହିତ ପତ୍ନୀଙ୍କ ସହ ସେୟାର କଲେ ବ୍ଲାକ୍‌ ଆଣ୍ଡ ହ୍ଵାଇଟ୍‌ ଫଟୋ, ରିତିକାଙ୍କ ପାଇଁ ଲେଖିଲେ ଏମିତି ପ୍ରେମଭରା କ୍ୟାପସନ

ଲର୍ଡସ୍‌ ମାଟିରେ ଭାରତର ଦମଦାର ବିଜୟ ପରେ ଓପ୍‌ନର ରୋହିତ ଶର୍ମା ମଙ୍ଗଳବାର ଇନ୍‌ଷ୍ଟାଗ୍ରାମରେ ନିଜ ପତ୍ନୀ ରିତିକା ସଜଦେହଙ୍କ ସହ ଫଟୋ ସେୟାର କରିଛନ୍ତି। ରୋହିତ ଏହି ପୋଷ୍ଟର କ୍ୟାପସନ ଲେଖିଛନ୍ତି, ‘ଯାହା କିଛି ବି ଏବେ ଦୁନିଆରେ ଚାଲୁଛି, ତାହା କାରଣରୁ ଆମେ ଚାହୁଁଛୁ କି, ଆମେ ଯାହାଙ୍କୁ ପ୍ରେମ କରୁଛୁ, ତାଙ୍କ ସହିତ ରହୁ ଏବଂ ଏହି ପୃଥିବୀରେ ଶାନ୍ତି ଓ ପ୍ରତ୍ୟେକ ବିଜୟୀ, ଯେଉଁମାନେ ଜୀବିତ ଅଛନ୍ତି ସେମାନଙ୍କ ପାଇଁ ପ୍ରେମର ପ୍ରାର୍ଥନା କରନ୍ତୁ’।

ଏହି ଫଟୋ ସେୟାର କରାଯିବାର ଦେଢ଼ ଘଣ୍ଟା ଭିତରେ ହିଁ ୩ ଲକ୍ଷରୁ ଅଧିକ ଲାଇକ୍‌ ଆସିଯାଇଥିଲା। ରୋହିତ ଓ ରିତିକା ଏବେ ୟୁକେରେ ଦୁଇ ମାସରୁ ଅଧିକ ସମୟ ଧରି ରହିଛନ୍ତି। ଏହାରି ଭିତରେ ଅନେକ ଫଟୋ ସେମାନେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

କହି ରଖୁଛୁ, ଭାରତ, ଇଂଲଣ୍ଡକୁ ଲର୍ଡସ୍‌ ଟେଷ୍ଟରେ ୧୫୧ ରନ୍‌ରେ ହରାଇ ଟେଷ୍ଟ ସିରିଜରେ ୧-୦ ଲିଡ୍‌ ନେଇ ଯାଇଛି। ରୋହିତ ଶର୍ମା ପ୍ରଥମ ଇଂନିସ୍‌ରେ ବଢ଼ିଆ ବ୍ୟାଟିଂ କରିଥିଲେ ଏବଂ ୮୩ ରନ୍‌ ବନାଇଥିଲେ। ସେ କେଏଲ୍‌ ରାହୁଲଙ୍କ ସହ ମିଶି ଯୁଗ୍ମ ଭାବେ ୧୨୬ ରନ୍‌ କରିଥିଲେ।

ଏହି ବିଜୟ ହାସଲ ପରେ ରୋହିତ ଏକ ଫଟୋ ମଧ୍ୟ ସେୟାର କରିଥିଲେ। ଏଥିରେ ସେ କ୍ୟାପସନ ଲେଖିଥିଲେ ଯେ ‘ଆମ ଭିତରୁ କେହି ବି ଏହି ବିଜୟ ଚାହୁଁଥିଲା, ଆପଣ ଦେଖିପାରିବେ, ଆପଣ ଅନୁଭବ କରିପାରିବେ ଏବଂ ଜିତିବା ଅଦ୍ଭୁତ ଥିଲା’।

 

View this post on Instagram

 

A post shared by Rohit Sharma (@rohitsharma45)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.