ଦୁର୍ଘଟଣା ପରେ ଜଳିଗଲା ଟ୍ରେଲର, ଡ୍ରାଇଭର ଓ ହେଲପର ଜୀବନ୍ତ ଦଗ୍ଧ

କେନ୍ଦୁଝର(କେନ୍ଯୁଜ୍): ଦୁର୍ଘଟଣା ପରେ ଜଳିଗଲା ଟ୍ରେଲର, ଡ୍ରାଇଭର ଓ ହେଲପର ଜୀବନ୍ତ ଦଗ୍ଧ। ଚମ୍ପୁଆ ଥାନା ଅନ୍ତର୍ଗତ ଏନ୍‌ ଏଚ୍‌ ୫୨୦, ନାରଦପୁର ଶିଶୁମନ୍ଦିର ଛକ ନିକଟରେ ଗତ ମଧ୍ୟ ରାତ୍ରୀରେ ଘଟିଛି  ଏଭଳି ଏକ ଭୟଙ୍କର ଦୁର୍ଘଟଣା । ଦୁର୍ଘଟଣା ଘଟିବା ପରେ ହଠାତ୍ ନିଆଁ ଲାଗି ଜଳିଗଲା ଟ୍ରେଲର। ଯାହାଫଲରେ  ଡ୍ରାଇଭର ଓ ହେଲପର ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଏକ ହାଇଓ୍ୱା ବ୍ରେକଡାଉନ୍‌ ହୋଇ ରାସ୍ତା କଡରେ ଠିଆ ହୋଇଥିଲା । ତେବେ ଯୋଡ଼ା ପଟୁ ଲୁହାପଥର ବୋଝେଇ ଏକ ଟ୍ରେଲର ଦ୍ରୁତ ଗତିରେ ଆସି ହାଇଓ୍ୱାକୁ ପଛପଟୁ ପିଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରେଲରର କ୍ଯାବିନ ଚୁରମାର ହେବାସହ ସେଥିରେ ନିଆଁ ଲାଗିଯାଇଥିଲା। ଯାହା ଫଳରେ ଟ୍ରେଲର ଡ୍ରାଇଭର ଓ ହେଲପର ଗାଡ଼ି ଭିତରୁ ବାହାରି ପାରିନଥିଲେ ।

ଦେଖୁଦେଖୁ ହୁତୁହୁତୁ ହୋଇ ଜଳିଯାଇଥିଲେ । ଟ୍ରେଲର ଭିତରେ ଉଭୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ନିଆଁ ଲାଗିବା ଦେଖି ଲୋକେ ଚମ୍ପୁଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ଚମ୍ପୁଆ ଓ ଯୋଡ଼ା ଅଗ୍ନିଶମ ବାହିନୀ ସେଠାରେ ପହଁଚି ୨ଘଣ୍ଟା ଧରି ପରିଶ୍ରମ କରିବାପରେ ନିଆଁକୁ ଆୟତ୍ତ କରିଥିଲେ । ମୃତ ଡ୍ରାଇଭର ଓ ହେଲପରଙ୍କ ପରିଚୟ ମିଳିପାରିନାହିଁ । ଚମ୍ପୁଆ ପୋଲିସ୍‌ ଅଧିକ ତଦନ୍ତ ଚଳାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.