ଟ୍ରାକ୍ଟର ଓଲଟି ପଡିବାରୁ ଚାଳକ ମୃତ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରୀ ଅଞ୍ଚଳରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକଙ୍କ ଅକାଳ ବିୟୋଗ ଘଟିଛି । ପ୍ରାପ୍ତ ସୂଚନା ମୁତାବକ, ପଥୁରୀ ଗ୍ରାମର ରବିନ ଦେହୁରୀ(୩୫) ଆଜି ଭୋରରୁ ମାଲିକ ଡାକିବାରୁ ଟ୍ରାକ୍ଟର ନେଇ କାର୍ଯ୍ୟ କରିବାକୁ ଯାଇଥିଲେ ।

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରୀ ଅଞ୍ଚଳରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକଙ୍କ ଅକାଳ ବିୟୋଗ ଘଟିଛି । ପ୍ରାପ୍ତ ସୂଚନା ମୁତାବକ, ପଥୁରୀ ଗ୍ରାମର ରବିନ ଦେହୁରୀ(୩୫) ଆଜି ଭୋରରୁ ମାଲିକ ଡାକିବାରୁ ଟ୍ରାକ୍ଟର ନେଇ କାର୍ଯ୍ୟ କରିବାକୁ ଯାଇଥିଲେ ।

ତେବେ କୌଣସି କାରଣ ବସତଃ ରାସ୍ତାରେ ଦୁର୍ଘଟଣାର ଶୀକାର ହୋଇଥିଲେ । ଟ୍ରାକ୍ଟରଟି ଏକ ଖାଲରେ ପଡିଯିବାରୁ ରବିନ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ । ଖବର ପାଇ ତାଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବାଙ୍ଗିରିପୋଷି ପୁଲିସ ଟ୍ରାକ୍ଟର ଜବତ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.