ଗାଁରେ ପଶିଲା ଗୋଠଛଡ଼ା ଦନ୍ତା, ଭାଙ୍ଗିଲା ଘର, ନଷ୍ଟ କଲା ଫସଲ

ଗାଁରେ ବୁଲିଲା ଦନ୍ତା। ଭାଙ୍ଗିଲା ଘର, ନଷ୍ଟ କଲା ଫସଲ। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଂଜ ଅଁରା ଗାଁରେ ପଶିଛି ଗୋଠଛଡ଼ା ଦନ୍ତା। ଗତକାଲି ରାତିରୁ ଗୋଟେ ଗୋଠ ଛଡା ଦନ୍ତା ହାତୀ ହଦଗଡ଼ ହସ୍ତୀ ଅଭୟାରଣ୍ୟରୁ ଆସି ଗାଁରେ ପଶିଛି।

ଗାଁରେ ବୁଲିଲା ଦନ୍ତା। ଭାଙ୍ଗିଲା ଘର, ନଷ୍ଟ କଲା ଫସଲ। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଂଜ ଅଁରା ଗାଁରେ ପଶିଛି ଗୋଠଛଡ଼ା ଦନ୍ତା। ଗତକାଲି ରାତିରୁ ଗୋଟେ ଗୋଠ ଛଡା ଦନ୍ତା ହାତୀ ହଦଗଡ଼ ହସ୍ତୀ ଅଭୟାରଣ୍ୟରୁ ଆସି ଗାଁରେ ପଶିଛି। ପ୍ରଥମେ ମୁଦୁଲିପଡ଼ା, କଳିଗାଁ ଦେଇ ଅଁରା ଗାଁରେ ପହଞ୍ଚିଛି।

ଖାଦ୍ୟ ପାଇଁ ହାତୀଟି ଜଙ୍ଗଲରୁ ପଳାଇ ଆସିଛି। ଗାଁ ଦାଣ୍ଡରେ ହାତୀଟି ବୁଲୁଥିବାରୁ ଭୟରେ ଲୋକେ ଘରୁ ବାହାରକୁ ବାହାରୁନାହାଁନ୍ତି। ସେପଟେ ଖବର ପାଇ ହଦଗଡ଼ ଜଙ୍ଗଲ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ହାତୀ ଘଉଡାଇବାକୁ ଚେଷ୍ଟା କରୁଛନ୍ତି। ଭୟଭୀତ ନ ହୋଇ ସତର୍କ ରହିବାରୁ ପରାମର୍ଶ ଦେଇଛି ବନବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.