Below header

କାର୍ତ୍ତିକ ପୂର୍ଣ୍ଣିମାରେ କରନ୍ତୁ ଏହି ୫ଟି କାର୍ଯ୍ୟ, ମିଳିବ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ନଦୀରେ ଗାଧେଇବା ପାରେ ଦାନ ଧର୍ମ ଦିଆଯାଏ । ଏହି ପୂର୍ଣ୍ଣିମାରେ ସକାଳୁ ଉଠି ସ୍ନାନ ଓ ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ।

ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବର ୨୭ ତଥା ସୋମବାର ପଡୁଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ନଦୀରେ ଗାଧେଇବା ପାରେ ଦାନ ଧର୍ମ ଦିଆଯାଏ । ଏହି ପୂର୍ଣ୍ଣିମାରେ ସକାଳୁ ଉଠି ସ୍ନାନ ଓ ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ । ଏହି ଦିନରେ ଚନ୍ଦ୍ର ଦେବତା ଓ ମା ଲକ୍ଷ୍ମୀଙ୍କୁ ପୂଜା କରିବାର ପରମ୍ପରା ରହିଛି । ତେବେ କାର୍ତ୍ତିକ ପୂର୍ଣ୍ଣିମାରେ ସକାଳେ ଉଠି ସତ୍ୟନାରାୟଣଙ୍କ ପୂଜା କରିବା ସହ ତାଙ୍କ କାହାଣୀ ଶୁଣିବା ଦ୍ୱାରା ଆପଣଙ୍କ ପରିବାରରେ ସୁଖ ଏବଂ ଶାନ୍ତି ରହିଥାଏ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କ ଏହି ସମ୍ଭନ୍ଧୀୟ କିଛି ବିଶେଷ କଥା ଜଣାଇବୁ, ଯାହକୁ କରି ଆପଣ ଏହି କାର୍ତ୍ତିକ ମାସରେ କିଛି ପୁଣ୍ୟ କରିପାରିବେ । ଯାହାଦ୍ୱାରା ଆପଣଙ୍କ ଘରେ ଧନ, ସୁଖ ଏବଂ ସମୃଦ୍ଧତା ବୃଦ୍ଧି ହେବ ।

ମା’ ଲକ୍ଷ୍ମୀଙ୍କ କୃପା ପାଇଁ ପ୍ରତିକାର :
ଧାର୍ମିକ ବିଶ୍ୱାସ ଅନୁଯାୟୀ, କାର୍ତ୍ତିକ ପୂର୍ଣ୍ଣିମା ଦିନ ମା’ ଲକ୍ଷ୍ମୀ ଅଶ୍ୱତ୍‌ଥ ଗଛରେ ରୁହନ୍ତି । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚିନି ଏବଂ କ୍ଷୀରକୁ ପାଣିରେ ମିଶାଇ ଅଶ୍ୱତ୍‌ଥ ଗଛରେ ଅର୍ପଣ କରନ୍ତୁ । ଏହି କାର୍ଯ୍ୟ କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ମା’ଙ୍କ କୃପାରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

ଧନ ଓ ସମ୍ପତ୍ତି ବୃଦ୍ଧି ପାଇଁ ପ୍ରତିକାର :
କାର୍ତ୍ତିକ ପୂର୍ଣ୍ଣିମା ରାତିରେ ମା’ ଲକ୍ଷ୍ମୀଙ୍କ ପୂଜା ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ କାରାଯାଏ । ଏହି ଦିନ ମା’ ଲକ୍ଷ୍ମୀଙ୍କୁ କଉଡରେ ହଳଦୀ ଲଗାଇବା ପରେ ଅର୍ପଣ କରାଯାଏ । ଏହି ପୂଜା ପରେ ସେହି କଉଡିଗୁଡିକ ଲାଲ ରଙ୍ଗର କପଡ଼ାରେ ବାନ୍ଧ ଦିଆଯାଏ । ତା’ପରେ ସେଗୁଡ଼ିକୁ ସୁରକ୍ଷିତ କିମ୍ବା ଟଙ୍କା ରଖିବା ସ୍ଥାନରେ ରଖିପାରିବେ ।

ଚନ୍ଦ୍ର ଉପାସନା କରିବା ଦ୍ୱାରା ସୁଖ ଏବଂ ସମୃଦ୍ଧତା ବୃଦ୍ଧି ହୋଇଥାଏ :
ପୂର୍ଣ୍ଣିମା ରାତିରେ ଚନ୍ଦ୍ର ଦେବତା ୧୬ ଟି ପର୍ଯ୍ୟାୟରେ ପରିପୂର୍ଣ୍ଣ ହୋଇଥାଏ । ଏହାପରେ ଚନ୍ଦ୍ରଙ୍କ ପ୍ରଭାବ ବୃଦ୍ଧି ପାଇଥାଏ । ସେହି ରାତିରେ ଚନ୍ଦ୍ର ଦେବତାଙ୍କୁ କ୍ଷୀର, ପାଣି, ଚିନି ଏବଂ ଧଳା ଫୁଲ ଦିଆଯାଏ । ଏପରି କରିବା ଦ୍ୱାରା ଆପଣଙ୍କ ପରିବାରକୁ ଚନ୍ଦ୍ରଙ୍କ ଆଶୀର୍ବାଦ ମିଳିବା ସହ ସମସ୍ତ ପ୍ରକାରର ସୁଖ ଶାନ୍ତି ମଧ୍ୟ ମିଳିଥାଏ ।

ଚନ୍ଦ୍ର ଦୋଷରୁ ମୁକ୍ତି ପାଇବା ପାଇଁ ପ୍ରତିକାର :
ଯଦି ଆପଣଙ୍କ ରାଶିରେ ଚନ୍ଦ୍ର ଦୋଷ ଅଛି କିମ୍ବା ଚନ୍ଦ୍ର ଦୁର୍ବଳ ତେବେ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଙ୍କୁ ପୂଜା କରିପାରିବେ । ଏହି ଦିନମାନଙ୍କରେ ଆପଣ ଚନ୍ଦ୍ରଙ୍କ ବିଜ ମନ୍ତ୍ର ‘ଓମ ସୋମାୟ ନାମ ଜପ କରନ୍ତୁ । ଏହା ବ୍ୟତୀତ ଧଳା ପୋଷାକ ପିନ୍ଧନ୍ତୁ । ଏହା ସହ ଚାଉଳ, କ୍ଷୀର, ଖେର, ଚିନି, ମୋତି ଇତ୍ୟାଦି ଦାନ କରନ୍ତୁ ।

ଶିବଙ୍କୁ ପୂଜା କରିବା ଦ୍ୱାରା ଚନ୍ଦ୍ର ଦୋଷ ଦୂର ହୋଇଥାଏ :
ଯଦି ଆପଣଙ୍କ ରାଶିରୁ ଚନ୍ଦ୍ରର ଦୋଷ ଦୂର କରିବାକୁ ଚାହୁଁଛନ୍ତି, ତାହେଲେ କାର୍ତ୍ତିକ ପୂର୍ଣ୍ଣିମାରେ ଭଗବାନ ଶିବଙ୍କୁ ଉପାସନା କରନ୍ତୁ । ତେବେ ଭଗବାନ ଶିବଙ୍କୁ ଚନ୍ଦ୍ରଶେଖର ବୋଲି ମଧ୍ୟ କୁହାଯାଏ । ଭଗବାନ ଶିବ ଚନ୍ଦ୍ର ଦେବତାଙ୍କୁ ଯକ୍ଷ୍ମା ରୋଗରୁ ମୁକ୍ତ କରି ଏହି ଦୋଷ ଦୂର କରିଥିଲେ । ଏହି କାରଣ ରହିଛି ପୂର୍ଣ୍ଣିମା ଦିନ ଶିବଙ୍କୁ ପୂଜା କରିବା ଦ୍ୱାରା ରାଶିରୁ ଚନ୍ଦ୍ର ଦୋଷ ଦୂର ହୋଇପାରେ ।

ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ମୁହୂର୍ତ୍ତ :
କାର୍ତ୍ତିକ ଶୁକ୍ଲ ପୂର୍ଣ୍ଣିମା ତିଥି ନଭେମ୍ବର ୨୬, ରବିବାର ଅପରାହ୍ନ ୩ ଟା ୫୩ରେ ଆରମ୍ଭ ହୋଇ, ନଭେମ୍ବର ୨୭, ସୋମବାର ଅପରାହ୍ନ ୨ ଟା ୪୫ରେ ହେଉଛି ଶେଷ ହେଉଛି । ତେବେ ଆପଣ ଏହି ସମୟରେ ପୂଜା କରିବା ଦ୍ୱାରା ଆପଣଙ୍କ ଘରେ ସମସ୍ତ ପ୍ରକାରର ସୁଖ ଓ ଶାନ୍ତି ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.