ଭୁବନେଶ୍ୱର ଖଣ୍ଡଗିରି ନିକଟରେ ମାଲ ବୋଝେଇ ଟ୍ରଲର ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ମୃତ, ହେଲପର ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ନିକଟରେ ମାଲ ବୋଝେଇ ଟ୍ରଲର ଦୁର୍ଘଟଣା। ଡ୍ରାଇଭରର ମୃତ୍ୟୁ ହୋଇଥିବାବେଳେ ହେଲପର ଗୁରୁତର। ଆଜି ସକାଳୁ ମାଲ ବୋଝେଇ ଟ୍ରଲର ଖୋର୍ଦ୍ଧା ଆଡୁ ଭୁବନେଶ୍ୱର ଆସୁଥିଲା ।

ଖଣ୍ଡଗିରି ଓଭର ବ୍ରିଜ ନିକଟ ହମ୍ପସ୍‌ରେ ବ୍ରେକ ମାରିଥିଲେ ଡ୍ରାଇଭର । ଫଳରେ ଗାଡିରେ ଲୋଡ ହୋଇଥିବା କଣ୍ଟେନର ଚେନ ଛିଡି ଯାଇଥିଲା। କଣ୍ଟେନରଟି ସିଧା ଇଞ୍ଜିନ ଉପରେ ଚଢିଯାଇଥିଲା । ଘଟଣା ସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଗୁରୁତର ହେଲପଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.