ରାଜ୍ୟରେ ହଟସ୍ପଟ ପାଲଟିଛି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ ଜିଲ୍ଲା

ଭୁବନେଶ୍ବର: ରାଜ୍ୟରେ ହଟସ୍ପଟ ପାଲଟିଛି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ । ଏହି ତିନି ଜିଲ୍ଲାରେ ବାହାରିଛି ୪ ହଜାର ୪୮୪ ପଜିଟିଭ୍‌ କେସ୍‌ । ମୋଟ୍‌ ପଜିଟିଭ୍‌ କେସ୍‌ର ୩୮ ପ୍ରତିଶତ ଏହି ତିନି ହଟସ୍ପଟ ଜିଲ୍ଲାରୁ ଆସିଛି । ଖୋର୍ଦ୍ଧାରେ ଗତକାଲି ୧୮୨୮ ଥିବା ବେଳେ ଆଜି ରହିଛି ୧୫୧୦ ପଜିଟିଭ୍‌ ସଂଖ୍ୟା ।

ସୁନ୍ଦରଗଡ଼ରେ ଗତକାଲି ୨ ହଜାର ୭୩ କେସ ଥିବାବେଳେ ଆଜି ରହିଛି ୧୯୨୨ । ଏହି ଦୁଇ ଜିଲ୍ଲାରେ ସାମାନ୍ୟ ସଂକ୍ରମିତଙ୍କ ସଂଖ୍ୟା କମିଛି । ହେଲେ କଟକରେ ଗତକାଲି ୯୧୬ ଥିବା ବେଳେ ଆଜି ୧ ହଜାର ୫୨ ରହିଛି । କଟକରେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.