ବିବାହ ପାଇଁ ରଖିଥିବା ଟଙ୍କାକୁ କୋଭିଡ ରୋଗୀଙ୍କ ପାଇଁ ଦାନ କଲେ ଏହି ସେଲିବ୍ରିଟି, ଆଉ ବିବାହ ପାଇଁ ଖର୍ଚ୍ଚ କଲେ ମାତ୍ର ୧୫୦ ଟଙ୍କା

କରୋନା କାଳରେ ଲଗାତାର ଭାବେ ବିବାହ ହେଉଛି। ବଲିଉଡ ଠାରୁ ଆରମ୍ଭ କରି କଳାକାରଙ୍କ ବିବାହ ଚର୍ଚ୍ଚାରେ ରହିଛି। ନିକଟରେ ସିରିୟଲ ନାମକରଣର ଅଭିନେତା ବିରାଫ ପଟେଲ ଅଭିନେତ୍ରୀ ସୋଲନୀ ଖାନ୍ନାଙ୍କର ଏବେ ବାହାଘର ସରିଯାଇଛି । ଉଭୟ ୬ ମଇରେ ମୁମ୍ୱାଇର ବାନ୍ଦ୍ରା କୋର୍ଟରେ ବିବାହ କରିଛନ୍ତି । ନିଜର ବିବାହରେ ବଡ଼ ଆଡ଼ମ୍ୱରରେ ଉତ୍ସବ କରିବା ବଦଳରେ ପୂରା ସାଧାରଣ ଭାବେ ବିବାହ କରିବାକୁ ଠିକ୍ ବୋଲି ଭାବିଲେ । ଦୁହେଁ ମୁଦି ପିନ୍ଧାଇବା ପରିବର୍ତ୍ତେ ପରସ୍ପରକୁ ରବରବ୍ଯାଣ୍ଡ ପିନ୍ଧାଇଥିଲେ। ଖାଲି ଏତିକି ନୁହେଁ ଏହି ସିମ୍ପଲ କୋର୍ଟ ମ୍ୟାରେଜ୍ ପାଇଁ ବିରାଫ ଓ ସଲୋନୀଙ୍କର ଯୋଡ଼ି ମାତ୍ର ୧୫୦ ଟଙ୍କା ଖର୍ଚ୍ଚ କରିଛନ୍ତି ।

ସୂଚନା ଯେ, ବିରାଫ ଏକ ଆକର୍ଷଣୀୟ ବିବାହର ଆୟୋଜନ କରିବାକୁ ଏକାଠି କରିଥିବା ଟଙ୍କାକୁ କୋଭିଡ୍ ରୋଗୀଙ୍କ ପାଇଁ ଦାନରେ ଦେଇଥିଲେ । କରୋନାକୁ ଦେଖି ସେ ନିଜର ବିବାହର ପ୍ଲାନ୍କୁ ବଦଳାଇ ଦେଇଥିଲେ । ଏହି ବିଷୟରେ ବିରାଫ କୁହନ୍ତି, ମୁଁ କେବଳ ୧୫୦ ଟଙ୍କାରେ ବିବାହ କରିଛି । ଆମେ ବିବାହ ରେଜିଷ୍ଟରକୁ ୧୦୦ଟଙ୍କା ଫିସ୍ ଦେଇଥିଲି ଏବଂ ୫୦ ଟଙ୍କା ଫଟୋକପି ପାଇଁ ଦେଇଛି । ସଲୋନୀ ଓ ମୁଁ କୌଣସି ଧୁମ୍ଧାମ୍ରେ ବିବାହ ଚାହୁଁନଥିଲୁ । ସେଥିପାଇଁ ଏମିତି ଏକ ପ୍ଲାନିଂରେ ବିବାହ କରିଥିଲୁ ।

 

View this post on Instagram

 

A post shared by Saloni Khanna Patel (@salk.04)

ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ଆଉ ବିରାଫଙ୍କ ଏଭଳି ପଦକ୍ଷେପପକୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.