ନିଶା ବିକିଲେ ରାଜଧାନୀରୁ ତଡ଼ିପାର ହେବେ ବେପାରୀ

ଗତ ୧ ମାସରେ ବ୍ରାଉନସୁଗର ବେପାର ଚଳାଇଥିବା ୧୨ ଜଣଙ୍କୁ ଗିରଫ କରାଯାଇଛି। ୧ ମାସ ଭିତରେ ୨୧ ଜଣଙ୍କୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରାଯାଇଛି। ୭୦୭୭୭୯୮୧୧୧ ନମ୍ବର କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇଛି।

ଭୁବନେଶ୍ବର(କେନ୍ୟୁଜ୍): ନିଶା କାରବାର ବିରୋଧରେ କମିଶନରେଟ ପୋଲିସର ଜିରୋ ଟଲରାନ୍ସ। ରାଜଧାନୀରେ ରହିପାରିବେନି ନିଶା ବେପାରୀ। ନିଶା ବିକିଲେ ୬ ମାସ ପାଇଁ ହେବେ ତଡିପାର। ପ୍ରଥମ ଥର ନିଶା ବେପାରିକୁ କରାଗଲା ତଡିପାର। ପୂର୍ବରୁ ପେଶାଦାର ଅପରାଧୀଙ୍କୁ ତଡିପାର କରାଯାଉଥିଲା ।

White Spider ଅପରେସନକୁ ବ୍ୟାପକ କରୁଛି ପୋଲିସ । ବ୍ରାଉନସୁଗର ଓ ଗଞ୍ଜେଇ କାରବାର ଉପରେ ନଜର ରଖିଛି ଟିମ । ନିଶା ବେପାରୀ ଚକ୍ରଧର ସାହୁକୁ ତଡିପାର କରିଛି ପୋଲିସ । ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନାରେ ଅଭିଯୁକ୍ତ ବିରୋଧରେ ୩ ଟି କେସ ରହିଛି। ଗତ ୧ ମାସରେ ବ୍ରାଉନସୁଗର ବେପାର ଚଳାଇଥିବା ୧୨ ଜଣଙ୍କୁ ଗିରଫ କରାଯାଇଛି। ୧ ମାସ ଭିତରେ ୨୧ ଜଣଙ୍କୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରାଯାଇଛି। ୭୦୭୭୭୯୮୧୧୧ ନମ୍ବର କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇଛି। ନିଶା ସମ୍ପର୍କିତ ଖବର ଏହି ନମ୍ବରରେ ଜଣାଇବା ପାଇଁ ଡିସିପିଙ୍କ ଅପିଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.