ମଦ୍ୟପ ସାଙ୍ଗଙ୍କ ଉନ୍ମତ୍ତ କାଣ୍ଡ: ନିଶାରେ ବ୍ଯକ୍ତିଙ୍କ ମଳଦ୍ଵାରରେ ଭର୍ତ୍ତି କରିଦେଲେ ଷ୍ଟିଲ ଗ୍ଲାସ୍

ବ୍ରହ୍ମପୁର(କେନ୍ୟୁଜ୍): ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର । ସୁରତରେ କିଛି ମଦ୍ୟପ ସାଙ୍ଗ ମାନେ ଜଣେ ବ୍ୟକ୍ତିଙ୍କ ମଳଦ୍ଵାର ଯୋଗେ ଷ୍ଟିଲ ଗ୍ଲାସକୁ ଶରୀର ଭିତରେ ଭର୍ତ୍ତି କରି ଦେଇଥିଲେ । ସମ୍ପୃକ୍ତ ବ୍ୟକ୍ତି ହେଲେ ବୁଗୁଡ଼ା ବାଲିପଦର ଅଞ୍ଚଳର ।

ଗତ ୧୦ ଦିନ ପୂର୍ବରୁ ଏଭଳି ଘଟଣା ହେବା ପରେ ପେଟ ଦରଜ ହୋଇଥିଲା । ଦୁଇ ଦିନ ପୂର୍ବରୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗତ ୧୯ ତାରିଖରେ ଶୈଲ୍ୟ ଚିକିତ୍ସା ବିଭାଗରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପେଟ ଚିରି ଷ୍ଟିଲ ଗ୍ଲାସ ବାହାର କରାଯାଇଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଜାରି ଥିବା ବେଳେ ସେ ସୁସ୍ଥ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.