ଜିଲ୍ଲାପାଳଙ୍କ କାର୍ଯ୍ଯଳୟ ଗେଟ୍ ରେ ତାଲା ପକାଇଲା ମଦ୍ୟପ, ଯାତାୟାତରେ ବାଧା

ବାଲେଶ୍ବର(କେନ୍ୟୁଜ୍ ): ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ଯଳୟ ନିକଟରେ ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ । ଆଜି ଜଣେ ମଦ୍ୟପ ଜିଲ୍ଲାପାଳଙ୍କ ଆଗ ପଛ ଦୁଇଟି ଗେଟ ରେ ତାଲା ପକାଇଥିବା ବେଳେ ଲୋକମାନେ ଜିଲ୍ଲାପାଳଙ୍କ କାର୍ଯ୍ଯ।ଳୟକୁ ଯିବା ଆସିବାରେ ଅସୁବିଧା ହୋଇଥିଲା । ପରେ ତାଲା ଭାଙ୍ଗି ଗେଟକୁ ଖୋଲା ଯାଇଥିଲା ।

ହେଲେ ପରେ ପୁଣି ମଦ୍ୟପ ଜଣକ ଗେଟରେ ତାଲା ପକାଉଥିବା ବେଳେ ଜିଲ୍ଲାପାଳଙ୍କ ନିକଟକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିମ।ନଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଘଟଣାସ୍ଥଳରେ ଉନ୍ମତ୍ତ ମଦ୍ୟପ ଜଣକୁ କଳିଙ୍ଗ ଟିଭି ର ପ୍ରତିନିଧି କାବୁ କରିଥିଲେ। ଏହି ସମୟରେ ଏକ ପୋଲିସ ଭ୍ଯାନ ପହଞ୍ଚିବା ଦେଖି ମଦ୍ୟପ ଯୁବକ ଜଣକ ଖସି ପଳାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.