Below header

ସାଲେପୁରରେ ବନ୍ଧା ହେଲା ମଦ୍ୟପ ବସ୍‌ ଡ୍ରାଇଭର, ବସ୍‌କୁ ଜବତ କଲେ କଟକ ଏମଭିଆଇ

କଟକ(କେନ୍ୟୁଜ୍):କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଚେତୁନାହାନ୍ତି ମଦୁଆ ଡ୍ରାଇଭର । ନୂଆ ଟ୍ରାଫିକ ନିୟମ କଡ଼ାକଡ଼ି ଲାଗୁ ହେବା ପରେ ପୋଲିସ ପକ୍ଷରୁ ମଦୁଆ ଗାଡ଼ି ଚାଳକଙ୍କ ଉପରେ ସତର୍କ ଦୃଷ୍ଟି ରଖିଛି ପୋଲିସ । ଆଜି ସାଲେପୁରରେ ବନ୍ଧା ହେଲା ଜଣେ ମଦ୍ୟପ ବସ୍‌ ଡ୍ରାଇଭର । ଏଥିସହ ଘରୋଇ ବସ୍‌କୁ ଜବତ କରିଛି କଟକ ଏମଭିଆଇ । କଟକ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍‌ ସାଲେପୁର ନାନ୍ଦୋଳଗଡ଼ା ନିକଟରେ ଦୁଇଟି ବାଇକକୁ ଧକ୍କା ଦେଇଥିଲା ।

BUS

ଏହି ଦୁର୍ଘଟଣାର ତଦନ୍ତ ବେଳେ ଜୁନିଅର ଏମଭିଆଇ ଆର.ଏନ ଜେନା ଡ୍ରାଇଭର ମଦ ପିଇଥିବା ଜାଣିବାକୁ ପାଇଥିଲେ । ଏହାପରେ ପୋଲିସ ନିରଞ୍ଜନ ରାଉତକୁ ଗିରଫ କରିଥିଲା । ସଂପୃକ୍ତ ବସରେ ଯାଉଥିବା ୩୨ଜଣ ଯାତ୍ରୀଙ୍କୁ ଅନ୍ୟ ବସକୁ ସ୍ଥାନାନ୍ତର କରାଯାଇଥିଲା। କଟକ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ଏକ ଟ୍ଵିଟ କରି କହିଛନ୍ତି, ମଦୁଆ ଡ୍ରାଇଭର ବିରୋଧରେ ଏପରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସଡ଼କ ନିରାପତ୍ତାରେ ସୁଧାର ଆସିପାରିବ । ଡ୍ରାଇଭର ମଦ ପିଇ ବସ୍‌ ଚଳାଉଥିଲେ ଯାତ୍ରୀମାନେ ତୁରନ୍ତ ଆରଟିଓ କିମ୍ବା ପୋଲିସକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.