ପିଏମ୍‌ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏଭଳି ଅନୁରୋଧ କଲେ ହଲିଉଡ୍‌ ଅଭିନେତ୍ରୀ ପାମେଲା ଆଣ୍ଡ୍ରସନ୍‌

ହୁ ହୁ ହୋଇ ବଢ଼ୁଥିବା ପିଆଜ ଦରକୁ ନେଇ ଲୋକେ ଚିନ୍ତିତ ଥିବା ବେଳେ ଆମିଷ ଖାଦ୍ୟ ଖାଇବାକୁ ମଧ୍ୟ ଇଚ୍ଛା ପ୍ରକାଶ କରୁନାହାନ୍ତି। କାରଣ ପିଆଜ ବିନା ଆମିଷର କୌଣସି ସ୍ୱାଦ ହିଁ ନଥାଏ। ଏଭଳି ସ୍ଥିତିରେ ଜଣେ ବିଦେଶୀ ଅଭିନେତ୍ରୀ ଭାରତରେ ଆମିଷ ଖାଦ୍ୟ ବର୍ଜନ କରିବାକୁ ଅନୁରୋଧ କରି ମୋଦିଙ୍କୁ ଚିଠି ଲେଖିଛନ୍ତି। ହଲିଉଡ୍‌ ଅଭିନେତ୍ରୀ ପାମେଲା ଆଣ୍ଡ୍ରସନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠିଲେଖି ଶାକାହାରୀ ଭୋଜନକୁ ଗୁରୁତ୍ୱ ଦେବାକୁ ଅନୁରୋଧ କରିଛନ୍ତି।

ବେବାଚ ଆଇକନ୍‌ ତଥା ବିଗ୍‌ବସ୍‌ର ପୂର୍ବତନ ଅତିଥି ପାମେଲା ଆଣ୍ଡ୍ରସନ୍‌ ପିପୁଲ ଫର ଦ ଏଥିକାଲ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍ସ (PETA) ତରଫରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପତ୍ର ଲେଖିଛନ୍ତି। ସେ କହିଛନ୍ତି ଯେ, ସମସ୍ତ ସରକାରୀ ବୈଠକ, କାର୍ଯ୍ୟକ୍ରମରେ ନିରାମିଷ ଭୋଜନ ପରଷାଯାଉ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମାଂସ, ଅଣ୍ଡା ଓ ଡାଏରୀ ପ୍ରଡକ୍ଟ ପାଇଁ ଜୀବଜନ୍ତୁଙ୍କୁ ପାଳନ କରାଯାଉଛି। ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ସମସ୍ତ ଦେଶବାସୀ ଦୁଗ୍ଧଜାତୀୟ ଖାଦ୍ୟ, ସୋୟା ପ୍ରଡକ୍ଟ ଓ ଅନ୍ୟାନ୍ୟ ଫଳମୂଳ ସେବନ କରି ଆମିଷ ବର୍ଜନ କରିପାରିବେ।

ଏହାସହ ପଢ଼ନ୍ତୁ: ବାହାରେ ଥିଲେ ମାଲିକ, ଏମିତି ମାଇକ୍ରୋୱେଭ୍‌ ଅନ୍‌ କରି ଘରେ ନିଆଁ ଲଗାଇଲା ପୋଷା କୁକୁର

ଜଳବାୟୁ ପରିବର୍ତ୍ତନ ଉପରେ ଚିନ୍ତାବ୍ୟକ୍ତ କରି ଏହି ୫୨ ବର୍ଷୀୟ ଅଭିନେତ୍ରୀ କହିଛନ୍ତି ଯେ ଦିଲ୍ଲୀରେ ଗୁରୁତର ବାୟୁ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ପ୍ରତ୍ୟେକ ଜୀବଙ୍କ ପାଇଁ ମୁଁ ଚିନ୍ତିତ। ଲୋକମାନଙ୍କ ସହ ମୁଁ ସେହି ଜୀବମାନଙ୍କ ପାଇଁ ମଧ୍ୟ ଚିନ୍ତିତ ଯେଉଁମାନେ ନା ମାସ୍କ ବ୍ୟବହାର କରିପାରୁଛନ୍ତି ନା’ ଘରେ ରହିପାରୁନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.