Below header

ଲଞ୍ଚ ହେଲା ବିଶ୍ଵର ପ୍ରଥମ ଉଡ଼ନ୍ତା କାର, ସ୍ପିଡ଼ ଜାଣିଲେ ଉଡିଯିବ ହୋସ

ଉଡୁଥିବା କାରର ସ୍ୱପ୍ନ କେବଳ ସ୍ୱପ୍ନ ନୁହେଁ ବରଂ ଏହା ସତ ହୋଇସାରିଛି । ଫ୍ଲୋରିଡ଼ାରେ ଲଞ୍ଚ ହୋଇଛି ବିଶ୍ଵର ପ୍ରଥମ ଉଡୁଥିବା କାର ଯାହାର ନାମ ହେଉଛି ପର୍ସନାଲ ଏୟାର ଲ୍ୟାଣ୍ଡିଙ୍ଗ ଭେଇକିଲ(PAL-V) । ଏହି ଗାଡିର ଉପରେ ଲାଗିଛି ରିୟର ପ୍ରପେଲର ଯାହାକୁ ଆବଶ୍ୟକ ସ୍ଥଳେ ହଟାଇ ଦିଆଯାଇପାରିବ । ଏହା ସାହାଯ୍ୟରେ କାରଟି 12,500 ଫୁଟ ଉଚ୍ଚରେ ଉପରକୁ ଉଡ଼ିପାରିବ । ତାହେଲେ ଆସନ୍ତୁ ଜାଣିବା ଏହି ଉଡ଼ନ୍ତା କାର ବିଷୟରେ ।

Image result for flying-car-pal-v-launched

ଏହି ଗାଡିକୁ ଚଳାଇବା ପାଇଁ ଗ୍ୟାସୋଲିନର ଆବଶ୍ୟକତା ପଡିଥାଏ ଏବଂ ପବନରେ ଏହାର ସର୍ବାଧିକ ଗତି ଘଣ୍ଟାପ୍ରତି ୨୦୦ ମାଇଲ ହୋଇଥାଏ । ଯଦିଓ ରାସ୍ତାରେ ଏହା ଘଣ୍ଟାପ୍ରତି ୧୦୦ ମାଇଲ ଚାଲିଥାଏ । ହଲାଣ୍ଡରେ ପ୍ରସ୍ତୁତ କରାଯାଇଥିବା ଏହି ଗାଡିକୁ ଅତି ଦ୍ରୁତ ଗତିରେ ଉତ୍ପାଦନ କରାଯାଉଛି ଯାହାକୁ କିଣିବା ପାଇଁ ୭୦ ଜଣ ଲୋକ ଆଗରୁ ବୁକିଂ କରିସାରିଛନ୍ତି । ଏହାର ଦାମ ପାଖାପାଖି ୪.୩ କୋଟି ଟଙ୍କା ରଖାଯାଇଛି ଏବଂ ଏହାର ପ୍ରଥମ ଡେଲିଭରି ୨୦୨୧ ପର୍ଯ୍ୟନ୍ତ କରାଯିବ ବୋଲି ସମ୍ଭାବନା ରହିଛି । Miami 2020 and Beyond ନାମକ ଏକ କାର୍ଯ୍ୟକ୍ରମରେ PAL-Vର ପ୍ରଦର୍ଶନ କରାଯାଇଥିଲା ।

 इस उड़ने वाली गाड़ी में दो लोगों के बैठने की जगह है और इसमें 230 हॉर्सपावर के चार सिलेंडर इंजन लगाए गए हैं. यह गाड़ी तीन सीट वाली कार से दो सीट वाले गायरोकॉप्टर में सिर्फ 10 मिनट में बदल जाती है. यह आठ सेकेंड के अंदर शून्य से 60 मील प्रति घंटे की रफ्तार पकड़ सकती है.

 

ଏହାସହ ପଢନ୍ତୁ ମାତ୍ର ୨୫୦୦୦ ଟଙ୍କାରେ ଆସିଲା ଦୁନିଆର ସବୁଠାରୁ ଶସ୍ତା ଫୋଲ୍ଡେବୁଲ ଫୋନ, ରହିଛି ଦମଦାର ଫିଚର

ଏହି ଉଡୁଥିବା କାରରେ ଦୁଇଜଣ ଲୋକ ବସିବା ଭଳି ସ୍ଥାନ ରହିଛି ଏବଂ ଏଥିରେ ୨୩୦ ହର୍ସପାୱାରର ଚାରୋଟି ସିଲିଣ୍ଡର ଇଂଜିନ ଲଗାଯାଇଛି । ଏହି ଗାଡି ମାତ୍ର ୧୦ ମିନିଟରେ ୩ଟି ସିଟ ଥିବା କାରରୁ ୨ଟି ସିଟ ଥିବା gyrocopter ରେ ପରିବର୍ତ୍ତନ ହୋଇଯାଇଥାଏ ଏବଂ ମାତ୍ର ୮ ସେକେଣ୍ଡ ମଧ୍ୟରେ ୦ରୁ ୬୦ ମାଇଲ ଘଂଟାପ୍ରତି ବେଗରେ ଚାଲିବାରେ ସକ୍ଷମ ହୋଇଥାଏ ।

 

 अगले साल के बाद पाल-वी के एक सस्ते संस्करण को भी तैयार किया जाएगा जिसकी कीमत 2.4 करोड़ रुपए होगी. कंपनी ने कार को ऐसे बनाया है कि सिर्फ एक बटन दबाने से इसके ब्लेड मुड़ जाते हैं. (एजेंसी- भाषा)

PAL-Vର ନିର୍ଦ୍ଦେଶକ ରୋବୋର୍ଟଙ୍କ କହିବା ଅନୁଯାୟୀ ବର୍ଷ ବର୍ଷର ପରିଶ୍ରମ ପରେ ତାଙ୍କ ଟିମ ଏହି ସଫଳତା ହାସିଲ କରିଛି । ଏହି କାରକୁ କାର୍ବନ ଫାଇବର, ଟାଇଟେନିୟମ ଏବଂ ଆଲୁମିନିୟମରେ ପ୍ରସ୍ତୁତ କରାଯାଇଛି ଓ ଏହାର ଓଜନ ୬୮୦ କିଲୋଗ୍ରାମ ରହିଛି । ଏହି ଗାଡିକୁ gyrocopter ହେବାପରେ ଉଡିବା ପାଇଁ ୫୪୦ ଫୁଟ ଲମ୍ବା ରନୱେର ଆବଶ୍ୟକତା ପଡିଥାଏ ।

Image result for flying-car-pal-v-launched

ତେବେ ଆସନ୍ତା ବର୍ଷ PAL-Vର ଟିକିଏ ଶସ୍ତା ଭର୍ସନ ମଧ୍ୟ ପ୍ରସ୍ତୁତ କରାଯିବାର ଯୋଜନା ରହିଛି । ଯାହାର ଦାମ ପାଖାପାଖି ୨.୪କୋଟି ରହିବ । କମ୍ପାନୀ ଏହି କାରକୁ ଏପରି ଭାବେ ପ୍ରସ୍ତୁତ କରିଛି ଯେ ମାତ୍ର ଗୋଟିଏ ବଟନ ପ୍ରେସ କଲାମାତ୍ରେ ଏହାର ବ୍ଲେଡ ଗୁଡିକ ବୁଲିଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.