କାହିଁକି ସଂସଦ ଭବନକୁ ଦୌଡି ଦୌଡି ଗଲେ ରେଳମନ୍ତ୍ରୀ ପୀୟୂଷ ଗୋଏଲ

କେନ୍ୟୁଜ୍(ବ୍ୟୁରୋ): ବୁଧବାର ଦିନ ରେଳମନ୍ତ୍ରୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଫଟୋ ଦେଖିଲେ ଲାଗୁଛି  ସତେ ଯେମିତି ରେଳ ମନ୍ତ୍ରୀ ଷ୍ଟେସନରେ ଲାଗିଥିବା ଶେଷ ଟ୍ରେନରେ ଚଢିବାକୁ ଦୌଡି ଦୌଡି ଯାଉଛନ୍ତି। କିନ୍ତୁ ବାସ୍ତବରେ ଏହା କୌଣସି ରେଳ ଷ୍ଟେସନର ଘଟଣା ନୁହେଁ ବରଂ ଏହା ସଂସଦ ଭବନର ଦୃଶ୍ୟ। ସଂସଦରେ କିଛି ଦିନ ହେବ ଚାଲିଛି ଶୀତ ଅଧିବେଶନ ଏଥିପାଇଁ ଗତ ବୁଧବାର ଦିନ ସଂସଦରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା।

ଏହାପରେ ସଂସଦରେ ରେଳ ସମ୍ବନ୍ଧିତ  କିଛି ପ୍ରଶ୍ନ ପଚାରାଯିବାକୁ ଥିଲା । ଯେହେତୁ ଏହି ସଂସଦର ପ୍ରଶ୍ନକାଳରେ ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତି ଗୁରୁତ୍ବ ବହନ କରୁଥିଲା ଏଥିପାଇଁ କାଳେ ବିଳମ୍ବ ହୋଇଯିବ ମନ୍ତ୍ରୀ ପୀୟୂଷ ଗୋଏଲ ନିଜ ଗାଡିରୁ ଓହ୍ଲେଇବା କ୍ଷଣେ ଦୌଡି ଦୌଡି ସଂସଦ ଭବନକୁ ଯାଇଥିଲେ । ମନ୍ତ୍ରୀ ହଠାତ ନିଜ ଗାଡିରୁ ଓହ୍ଲାଇ ଦୌଡୁଥିବାର ଦେଖି କିଛି ସେଠାରେ ଉପସ୍ଥିତ ଥିବା କିଛି ଲୋକ ଚକିତ ହୋଇଯାଇଥିଲେ । ଏହି ଫଟୋକୁ ଗୁଜୁରାଟର ବାରଦୋଲିର ସାଂସଦ ପ୍ରଭୁ ଭସୱା ଟ୍ବିଟ କରି ଲେଖିଛନ୍ତି ନବ ଭାରତର ଉର୍ଜାବାନ ମନ୍ତ୍ରୀ ଆଦରଣୀୟ ପୀୟୂଷ ଗୋଏଲ କ୍ୟାବିନେଟ ବୈଠକର ସମାପ୍ତି ପରେ ଦୌଡି ଦୌଡି ସଂସଦରେ ପହଞ୍ଚିଛନ୍ତି । କାହିଁକି ନା ସଂସଦରେ  ପ୍ରଶ୍ନକାଳରେ ବିଳମ୍ବ ନହେଇଯାଉ । ଏହି ଟ୍ବିଟକୁ ନେଇ ଅନେକ ୟୂଜର୍ସ ନକରାତ୍ମକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.