ଏଣିକି ଟଙ୍କା ବଦଳରେ ଦେବାକୁ ପଡିପାରେ ପିଆଜ, ଦେଖନ୍ତୁ ଏହି ଭିଡ଼ିଓ

ପିଆଜ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ତ ଲୋକ ପିଆଜ ନାଁ ଧରିବାକୁ ଡରୁଛନ୍ତି। ଏହାର ଦାମ ଲୋକଙ୍କ ଆଖିରେ ଲୁହ ଆଣିଦେଉଛି। କ୍ଷୁଦ୍ର ବ୍ୟବସାୟୀମାନେ ପିଆଜର ଦାମକୁ ଶହେ ଟଙ୍କା ଉପରେ କରିଦେଲେଣି। ଏହାର ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କ ଉପରେ ପଡୁଛି । ଏବେ ପିଆଜକୁ ନେଇ ଚାରିଆଡେ ଚର୍ଚ୍ଚା। ଲୋକମାନେ ତ ପିଆଜକୁ ନେଇ ଟିକଟକ୍‌ ଭିଡିଓ ବି ବନାଇଲେଣି।

ଏବେ ଟିକଟକରେ ଜବରଦସ୍ତ ଟ୍ରେଣ୍ଡ କରୁଛି ପିଆଜ। ଲୋକମାନେ ଏହାକୁ ନେଇ ଅନେକ ଭିଡିଓ ବନାଉଛନ୍ତି ଯାହା ଖୁବ ଭାଇରାଲ ହେଉଛି। ପିଆଜକୁ ନେଇ ହୋଇଥିବା ଏହି ଭିଡିଓ ସବୁକୁ ଦେଖିଲେ ଆପଣ ହସିହସି ବେଦମ ହୋଇଯିବା ସହିତ ପିଆଜ କେମିତି ଲୋକଙ୍କ ମାନସିକତାରେ ପ୍ରଭାବ ପକାଇଛି ଅନୁଭବ କରିପାରିବେ।

ମେଡିକାଲ ସାଇନ୍ସର ଚମତ୍କାର,ଏଣିକି ଜୀବିତ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯାଇ ପାରିବ ମୃତ ବ୍ୟକ୍ତିଙ୍କ ହାର୍ଟ

ଟିକଟକର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଅଟୋଚାଳକ ଦେଶର ଆଗାମୀ ପରିସ୍ଥିତିକୁ ଜଣାଇବାକୁ ସୁନ୍ଦର ପ୍ରଚେଷ୍ଟା କରିଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳୁଛି ଅଟୋରୁ ଓହ୍ଲାଇ ଜଣେ ଲୋକ ଟଙ୍କା ଦେବା ଯାଗାରେଏକ ବଡ ପିଆଜ ଦେଉଛନ୍ତି। ଏହାପରେ ଖୁଚୁରା ଯାଗାରେ ଅଟୋ ଚାଳକ ଛୋଟ ପିଆଜକୁ ଗଣି ଦେଉଛନ୍ତି। ଏହି ପରି ଭାବରେ ପିଆଜକୁ ନେଇ ଆଉ କିଛି ମଜାଦାର ଭିଡିଓ ଦେଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.