Below header

ବୁଲେଟ ଧରି ଖୋଲା ମଇଦାନରେ ବୁଲିଲେ ଜରିନ ଖାନ, ଫ୍ୟାନ କହିଲେ ବୁଲେଟ ରାଣୀ, ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତ୍ରୀ ଜରିନ ଖାନ ଆଜିକାଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତିଏ । ସେ ସମୟ ସମୟରେ ନିଜ ଫ୍ୟାନ ମାନଙ୍କ ସହିତ ନିଜ ଲାଇଫର କିଛି ମୋମେଣ୍ଟକୁ ସେୟାର କରିଥାନ୍ତି । ତେବେ ନିକଟରେ ସେ ଏପରି ଏକ ଭିଡିଓ ସେୟାର କରିଛନ୍ତି ଯାହାକି ତାଙ୍କ ଫ୍ୟାନ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ଭିଡିଓରେ ଜରିନ ଏକ ବଡ ପଡିଆରେ ବୁଲେଟ ଚଳାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ସେୟାର କରିବା ସହିତ ଜରିନ କ୍ୟାପ୍ସନରେ ଲେଖିଛନ୍ତି ‘ଲାଲୀ ତୋ ଚଲି’ । ଏହାସହିତ ସେ ଏହାକୁ ଏକ ପୁରୁଣା ଭିଡିଓ ବୋଲି ମଧ୍ୟ ଦର୍ଶାଇଛନ୍ତି କାରଣ ସେ ଏଥିରେ ‘#Throwback’ ମଧ୍ୟ ଲେଖିଛନ୍ତି ।

 

View this post on Instagram

 

Laali tho chali … 🏍💨💨💨 #Throwback #TbT #Yezdi #Punjab #ZareenKhan

A post shared by Zareen Khan 🦄🌈✨👼🏻 (@zareenkhan) on


ଜରିନ ଖାନ ଏହି ଭିଡିଓ ପୋଷ୍ଟ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ଏକ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି ଏବଂ ଏହି ଭିଡିଓରେ ଜରିନଙ୍କ ଫ୍ୟାନ୍ସ ମାନେ ଅନେକ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି । ଏହାର ଲୋକେସନ ଦେଖି ଲାଗୁଛି ଭିଡ଼ିଓଟି ଜରିନଙ୍କ ପଞ୍ଜାବୀ ଫିଲ୍ମ ‘ଡାକା’ ସୁଟିଂ ସମୟର ଅଟେ । ଏହି ଭିଡିଓକୁ ଅତି ନିରୀକ୍ଷଣ କଲାପରେ ଲାଗୁଛି ଯେ ଜରିନ ଏଥିରେ ବୁଲେଟ ଚଲେଇଵା ଶିଖୁଛନ୍ତି ଏବଂ ତାଙ୍କ ଆଖପାଖରେ ଗାଇଡ଼ମାନେ ମଧ୍ୟ ଦେଖିବାକୁ ମିଳିଛନ୍ତି । ଭିଡ଼ିଓର ବ୍ୟାକଗ୍ରାଉଣ୍ଡରେ ପଂଜାବୀ ଗୀତ ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଏହି ଭିଡିଓ ଦେଖି ଫ୍ୟାନ ମାନେ ତାଙ୍କୁ ବୁଲେଟ ରାଣୀ ବୋଲି କହିଛନ୍ତି ।

ଏହାସହ ପଢନ୍ତୁ ପିଲାବେଳେ ଏପରି ଦେଖାଯାଉଥିଲେ ସନ୍ନି ଲିଓନି, କେବେ ଦେଖିନଥିବେ ସନ୍ନିଙ୍କର ଏହି ଫଟୋ

ସୂଚନା ଅନୁଯାୟୀ ଜରିନ ଖାନ ଅତିଶୀଘ୍ର ଚଳଚ୍ଚିତ୍ର ‘ହମ ଭି ଅକେଲେ ତୁମ ଭି ଅକେଲେ’ରେ ଦେଖିବାକୁ ମିଳିବେ । ତେବେ ଏହି ଚଳଚ୍ଚିତ୍ରକୁ ପୂର୍ବରୁ ହିଁ ୟୁଏସ ଫିଲ୍ମ ଫେଷ୍ଟିଭାଲରେ ପସନ୍ଦ କରାଯାଇ ସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.