ମଦ ପିଇ ବେପାରୁଆ ଗାଡ଼ି ଚଳାଇବା ପଡିଲା ମହଙ୍ଗା, ଡ୍ରାଇଭରକୁ ଅଟକ ରଖିଲା ଢେଙ୍କାନାଳ ପୋଲିସ

ଢେଙ୍କାନାଳ(କେନ୍ୟୁଜ୍):ମଦ୍ୟପାନ କରି ଯାତ୍ରୀବାହୀ ବସ ଚଳାଇବା ପଡିଲା ମହଙ୍ଗା। ଖବର ପାଇ ଅଧାବାଟରେ ମାଡି ବସିଲା ଟାଉନ ପୋଲିସ। ବସକୁ ଜବତ କରିବା ସହିତ ମଦ୍ୟପ ଡ୍ରାଇଭରକୁ ଅଟକ ରଖିଛି । କଟକରୁ ତାଳଚେର ଯାଉଥିବା ନାୟକ ନାମକ ଯାତ୍ରବାହୀ ବସକୁ ଢେଙ୍କାନାଳ ଟାଉନଥାନା ଆଗରେ ଅଟକାଇଲା ପୋଲିସ।ବସର ଡ୍ରାଇଭର ମଦ୍ୟପାନ କରି ବେପରୁଆ ଗାଡି ଚାଳନା କରୁଥିବା ନେଇ ଅଭିଯୋଗ ପାଇଥିଲା ଢେଙ୍କାନାଳ ଟାଉନ ଥାନା ପୋଲିସ।

ଟାଉନଥାନା ଆଗରେ ବସକୁ ଅଟକାଇବା ସହ ଡ୍ରାଇଭରକୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଛି। ବସରେ ଥିବା ସମସ୍ତ ପାସେଞ୍ଜରକୁ ଅନ୍ଯ ଏକ ବସ ଯୋଗେ ପଠାଇ ଦିଆଯାଇଛି।ବସରେ ଚାଳିଶରୁ ଅଧିକ ଯାତ୍ରୀ ଥିବା ଜଣା ପଡିଛି । ଅନ୍ଯ ପଟେ ନିଜେ ମଦ୍ୟପାନ କରି ଗାଡି ଚଲାଉଥିବା କଥାକୁ ସୁଇକାର କରିଛି ମଦ୍ୟପ ଡ୍ରାଇଭର ।ଏନେଇ ଅଧିକ ତଦନ୍ତ ଜାରି ରଖିଛି ଢେଙ୍କାନାଳ ଟାଉନଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.