ପୁରୀ ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ଯୁବକଙ୍କୁ ବଞ୍ଚାଇଲେ ଲାଇଫ୍‌ଗାର୍ଡ଼

ପୁରୀ (କେନ୍ୟୁଜ୍‌) : ପୁରୀ ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି।ଉଦ୍ଧାର ପର୍ଯ୍ୟଟକ ଅନୁଗୁଳ ଜିଲ୍ଲା ସାନଖାମୁରର ୨୦ ବର୍ଷୀୟ ଚିନ୍ମୟ ପ୍ରଧାନ। ସେ ବେଳାଭୂମିର ୨ ନମ୍ବର ସେକ୍ଟର ଅନ୍ତର୍ଗତ ହୋଟେଲ ଶକୁନ୍ତଳା ସମ୍ମୁଖରେ ଗାଧୋଉଥିବା ବେଳେ ବୁଡିଯାଉଥିଲେ। ଡ୍ୟୁଟିରେ ଥିବା ଲାଇଫଗାର୍ଡ ଏହା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.