ଛାଡିଗଲା ହିରୋ ଗିରି: ମାତଲ ହୋଇ ଷ୍ଟଣ୍ଟ ଦେଖାଉଥିଲେ, ଓଭର ବ୍ରିଜ ତଳୁ ଖସି ପଡିଲେ ଯୁବକ

ଟିଟିଲାଗଡ଼(କେନ୍ୟୁଜ୍): ବ୍ରିଜ ଉପରୁ ଖସି ପଡିଲେ ଯୁବକ । ମାତାଲ ଅବସ୍ଥାରେ ଥିବା ବେଳେ ଟିଟିଲାଗଡ଼ ସହର ଥାନା ଛକ ଦେଇ କଲେଜ ରୋଡ଼ ପର୍ଯ୍ଯନ୍ତ ଯାଇଥିବା ଫ୍ଲାଏ ଓଭର ବ୍ରିଜ ଉପରୁ ଆଜି ଜଣେ ଯୁବକ ମାତାଲ ଅବସ୍ଥାରେ ରହି ଷ୍ଟଣ୍ଟ ଦେଖାଉଥିବା ବେଳେ ହଠାତ ଗଳି ପଡ଼ିଥିଲେ ଟ୍ରେନ ଉପରକୁ । ହେଲେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ଯୁବକ।  ଓଭର ବ୍ରିଜ ଉପରେ ରହି ଝୁଲି ରହିଥିଲା ଯୁବକ। ଆଉ କିଛି କ୍ଷଣ ମଧ୍ୟରେ ତଳକୁ ଗଳି ପଡିଥିଲା। ସେହି ସମୟରେ ସେଠାକାର ଲୋକେ ନିଜ ମୋବାଇଲ ରେ କଏଦ କରିଛନ୍ତି ଭିଜୁଆଲ।

 ଗୁରୁତର ଅବସ୍ଥାରେ ଲୋକେ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାକୁ ନେଇଛନ୍ତି।ତେବେ ବ୍ରିଜ ଉପରୁ ଖସି ପଡ଼ିଥିବା ବ୍ଯକ୍ତି ଜଣଙ୍କ ଟିଟିଲାଗଡ଼ ହାଟପଦା ପଡାର ଚେରୁ ପୋଢ଼ ବୋଳି ଜଣାପଡିଛି। ଚେରୁର ବୃଦ୍ଧା ମାଙ୍କ କହିବା କଥା ଯେ ଚେରୁ ଏକ ସାଇକେଲ ମେକାନିକ ଭାବରେ କାମ କରୁଥିବା ବେଳେ ଅନେକ ସମୟରେ ମାତାଲ ଅବସ୍ଥାରେ ଘରକୁ ଆସୁଥିଲା।  ତେବେ  ଆଜି ମାତାଲ ଅବସ୍ଥାରେ ଘରକୁ ଆସିଥିବା ବେଳେ ପରିବାର ସହ କଥା କଟା କଟି ହେବା ପରେ ଚେରୁ ଘରୁ ଆସି ଆହୁରି ମଦ ପିଇ ବ୍ରିଜ ଉପରକୁ ଯାଇ ଟ୍ରେନ ଉପରେ ଡେଇଁ ପଡ଼ିଥିବା ପରିବାର ଲୋକେ କହିଛନ୍ତି। ତେବେ ଚେରୁର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଶରୀରର ଅନେକ ସ୍ଥାନରେ ଆଘାତ ଲାଗିଛି।  ବର୍ତ୍ତମାନ ଚେରୁକୁ ଟିଟିଲାଗଡ଼ ମୁଖ୍ଯ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.