ବାତ୍ୟା ପାଇଁ ଫୁଲିବ ସମୁଦ୍ର : ଜାଣନ୍ତୁ କେଉଁଠି ଉଠିବ କେତେ ଉଚ୍ଚର ଜୁଆର

ଗଞ୍ଜାମ: ବାତ୍ୟା ଆସୁଥିବାରୁ ସମୁଦ୍ରରେ ଜୁଆର ଆସିବା ସହ ସମୁଦ୍ର ଫୁଲିବ । ଗଞ୍ଜାମର ଗୋପାଳପୁର ସମୁଦ୍ରରେ ଆଜି ସକାଳ ୬ଟାରୁ ଆସନ୍ତାକାଲି ରାତି ୧୧ଟା ୩୦ ମଧ୍ୟରେ ୩.୫ ମିଟରରୁ ୭.୨ ମିଟର ପର୍ଯ୍ୟନ୍ତ ଢେଉ ଆସିବା ସହ ୧.୭ ମିଟରରୁ ୩.୫ ମିଟର ପର୍ଯ୍ୟନ୍ତ ସମୁଦ୍ର ଫୁଲିବ । ପୁରୀରେ ୩.୪ ମିଟରରୁ ୬.୯ ମିଟର ଢେଉ ଆସିବ ।

seaସେହିପରି ୧.୫ରୁ ୩.୩ ମିଟର ଯାଏ ସମୁଦ୍ର ଫୁଲିବା ସମ୍ଭାବନା ରହିଛି । ଜଗତସିଂହପୁରରେ ୩ .୫ରୁ ୮.୮ ମିଟର ଢେଉ ସହ ୧.୫ରୁ ୩.୫ ମିଟର ଯାଏ ସମୁଦ୍ର ଫୁଲିବ । କେନ୍ଦ୍ରାପଡ଼ାରେ ୩.୨ରୁ ୬.୯ମିଟର ଢେଉ ଓ ୧.୪ରୁ ୨.୮ ସମୁଦ୍ର ଫୁଲିବ । ଭଦ୍ରକରେ ଢେଉ ୩.୨ରୁ ୬.୯ ମିଟର ଓ ୧.୫ରୁ ୨.୯ ମିଟର ସମୁଦ୍ର ଫୁଲିପାରେ । ସେହିପରି ବାଲେଶ୍ୱର ଚାନ୍ଦିପୁରରେ ସମୁଦ୍ରର ଢେଉ ୩.୨ରୁ ୬.୯ ମିଟର ରହିବା ସହ ୧.୩ରୁ ୨.୬ ଯାଏ ସମୁଦ୍ର ଫୁଲିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.