ଘରୋଇ ବସ୍ କୁ ଧକ୍କା ଦେଲା ଡମ୍ପର, ୨ ଆହତ

ବସକୁ ଧକ୍କା ଦେଲା ଡମ୍ପର । ଫଳରେ ୨ ଜଣ ବସ୍ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କମଗରା ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଆଜି ସକାଳେ ଘଟିଛି ଏହି ଦୁର୍ଘଟଣା ।

କାମାକ୍ଷାନଗର (କେନ୍ୟୁଜ): ତୁମୁସିଙ୍ଗା ଥାନା କମଗରା ବ୍ରାହ୍ମଣୀ ବ୍ରିଜରେ ଦୁର୍ଘଟଣା । ବସକୁ ଧକ୍କା ଦେଲା ଡମ୍ପର । ଫଳରେ ୨ ଜଣ ବସ୍ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କମଗରା ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଆଜି ସକାଳେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ଅନୁସାରେ ଗୋପୀନାଥ ନାମକ ଏକ ଘରୋଇ ବସ୍ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଡମ୍ପରର ଷ୍ଟିୟରିଂ ଛିଡ଼ିଯିବାରୁ ବସ୍‌କୁ ଧକ୍କା ଦେଇଥିଲା । ଧକ୍କା ହେବା ଫଳରେ କିଛି ସମୟ ପାଇଁ ସେତୁ ଉପରେ ରାସ୍ତା ଜାମ ହୋଇଥିଲା । ଯାହା ଫଳରେ କାମାକ୍ଷାନଗର ଢେଙ୍କାନାଳ ଯାତାୟାତରେ ବାଧା ଉପୁଜିଥିଲା । ପରେ ଖବର ପାଇ ତୁମୁସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଂଚି ରାସ୍ତାରୁ ଗାଡି ଗୁଡିକୁ ହଟାଇବା ସହ ଗାଡି ଚଳାଚଳା ସ୍ବଭାବିକ ହୋଇଥିଲା । ତେବେ ବସରେ ଥିବା ଯାତ୍ରୀ ମାନେ ସୁରକ୍ଷିତ ଥିବା ପୋଲିସ ତରଫରୁ କୁହଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.