ଏହି ଉଦ୍ଭିଦଗୁଡିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, ସେବନ କଲେ ମିଳିବ ଅନେକ ରୋଗରୁ ମୁକ୍ତି

ଲିମ୍ବ, ତୁସଲି, ଆଲୋ ଭେରା, ଅଦା, ଭୃଙ୍ଗରାଜରେ ଅନେକ ଔଷଧୀୟ ଗୁଣରେ ଭରପୂର ରହିଥାଏ । କାରଣ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ପୋଷକ ତତ୍ତ୍ୱ ମିଳିଥାଏ ଯାହା ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବାରେ ପ୍ରଭାବଶାଳୀ ହୋଇଥାଏ ।

ଆମ ଚାରିପାଖରେ ମିଳୁଥିବା ଅନେକ ଉଦ୍ଭିଦରେ ଔଷଧୀୟ ଗୁଣ ଅଛି, କିନ୍ତୁ ଏହି ବିଷୟରେ ସୂଚନା ଅଭାବ ହେତୁ ଆମେ ସେମାନଙ୍କୁ ଖରାପ ବୋଲି ବିବେଚନା କରୁ ଏବଂ ଏହାକୁ ନଷ୍ଟ କରିଦେଉ । କିନ୍ତୁ ଏହି ଔଷଧୀୟ ଉଦ୍ଭିଦ ଆମ ଶରୀରକୁ ଫିଟ୍ ରଖିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଏଥିମଧ୍ୟରେ ଲିମ୍ବ, ତୁଳସୀ, ଆଲୋ ଭେରା, ଅଦା ଏବଂ ଭୃଙ୍ଗରାଜ ଅନ୍ତର୍ଭୁକ୍ତ ରହିଛି । ଏହା ବ୍ୟତୀତ ଆହୁରି ଅନେକ ଉଦ୍ଭିଦ ମଧ୍ୟ ଅଛି, ଯାହା ଆମ ପାଇଁ ଔଷଧ ଭାବରେ କାମ କରେ ।

ଆୟୁର୍ବେଦରେ ରୋଗର ଚିକିତ୍ସା ପାଇଁ ବିଭିନ୍ନ ପ୍ରକାରର ଉଦ୍ଭିଦ ବ୍ୟବହୃତ ହୋଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ଭୃଙ୍ଗରାଜ ଯାହାକୁ ଅମେ ସାଧାରଣତଃ ଘମରା ବୋଲି କହିଥାଉ । ତେବେ ଆୟୁର୍ବେଦର ବିଶେଷଜ୍ଞମାନେ ଏହାକୁ କେଶବରାଜ ବୋଲି କହିଥାନ୍ତି, ଯାହା ସମସ୍ତ କେଶ ସମସ୍ୟା ପାଇଁ ଔଷଧ ଭାବରେ କାମ କରେ । ଏହାର ତେଲକୁ କେଶରେ ଲଗାଇବା ଦ୍ୱାରା ଆମକୁ ଅନେକ ଉପାୟରେ ଲାଭ ମିଳିଥାଏ । ଏହା ଆମ କେଶକୁ ଧୂସର ହେବାକୁ ବାରଣ କରିଥାଏ ଏବଂ କେଶର ବୃଦ୍ଧି ହେବାରେ ସହାୟକ ହୋଇଥାଏ । ଆହୁରି ମଧ୍ୟ ଅନେକ କଥା ରହିଛି ଯେପରି, ଏହାର ରସକୁ ଆଘାତ ଲାଗିଥିବା ସ୍ଥାନରେ ଲଗାଇବା ଦ୍ୱାରା ସେହି କ୍ଷତ ଶୀଘ୍ର ଭଲ ହୋଇଯାଏ ।

BHRINGRAJ
PHOTO : traya

ଲିମ୍ବ ପତ୍ରଏହାର ସ୍ୱାଦ ଯେତେ ପିତା, ଏହା ଆମ ସ୍ୱାସ୍ଥ୍ୟ ପାଇଁ ସେତେ ଅଧିକ ଲାଭଦାୟକ ହୋଇଥାଏ । ଏହି କାରଣରୁ ଭାରତୀୟ ବେଦରେ ଥିବା ସମସ୍ତ ରୋଗର ଉପଶମ ପାଇଁ ଲିମ୍ବ ପତ୍ରର ନାମ ସାମିଲ ଥାଏ । ଯାହାର ଅର୍ଥ ହେଉଛି ଏହି ପତ୍ର ସମସ୍ତ ରୋଗକୁ ରୋକିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଲିମ୍ବ ଗଛ ଆଖପାଖରେ ଥିବାରୁ ପରିବେଶ ମଧ୍ୟ ଶୁଦ୍ଧ ରହିଥାଏ । ଏହା ବିଷୟରେ ସବୁଠାରୁ ବଡ କଥା ହେଉଛି ଏହି ଗଛର ପତ୍ର, ଡାଳ, ଗଛ ଏବଂ ମଞ୍ଜି ମଧ୍ୟ ଅନେକ ରୋଗର ଉପଶମ ପାଇଁ ଔଷଧ ଭାବରେ କାମ କରେ ।

NEEM
PHOTO : ayurvedakendra

ଆଲୋ ଭେରାରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଏହାର ରସ ପିଇବା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏବଂ ଆମ ଶରୀରକୁ ଅନେକ କଷ୍ଟରୁ ମୁକ୍ତି ଦେବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ତେବେ ସ୍କିନ୍‌ ଏବଂ କେଶରେ ଏହାର ଜେଲ୍ ଲଗାଇଲେ, ଆମ ସ୍କିନ୍‌ର ସମସ୍ତ ସମସ୍ୟା ଦୂର ହେବା ସହ ଆମ କେଶ ମଧ୍ୟ କଳା ରହିଥାଏ । ଏହା ବ୍ୟତୀତ ଏହାର ପତ୍ରକୁ ଗ୍ରାଇଣ୍ଡ୍ କରି ଆଘାତ ସ୍ଥାନରେ ଲଗାଇଲେ କ୍ଷତ ଶୀଘ୍ର ଭଲ ହୋଇଯାଏ ।

ALOE VERA
PHOTO : goodhousekeeping

ଅଦାକୁ ଏକ ପ୍ରକାର ଆୟୁର୍ବେଦିକ ଔଷଧୀୟ ଭାବେ ବିବେଚନା କରାଯାଏ, ଯାହା ଅନେକ ଔଷଧୀୟ ଗୁଣରେ ଭରପୂର ରହିଥାଏ । କାରଣ ଏଥିରେ ଅନେକ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମିଳିଥାଏ, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆୟୁର୍ବେଦର ବିଶେଷଜ୍ଞମାନେ କହିଛନ୍ତି ଯେ ଅଦା ଖାଇବା ଦ୍ୱାରା ଆମ ଶରୀରର ଶାରୀରିକ ଦୁର୍ବଳତା ଦୂର ହୋଇଥାଏ । ଆମର ସ୍ମୃତି ଶକ୍ତି ଶକ୍ତିଶାଳୀ ହୁଏ ଏବଂ ମସ୍ତିଷ୍କରେ ଫୁଲା କମ୍‌ କରିବାରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ ।

GINGER
PHOTO : healthshots

ତେବେ ସୂଚନା ମୁତାବକ, ଆୟୁର୍ବେଦିକ ଡାକ୍ତରଙ୍କ କହିବା ଅନୁଯାୟୀ, ଲିମ୍ବ, ତୁସଲି, ଆଲୋ ଭେରା, ଅଦା, ଭୃଙ୍ଗରାଜରେ ଅନେକ ଔଷଧୀୟ ଗୁଣରେ ଭରପୂର ରହିଥାଏ । କାରଣ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ପୋଷକ ତତ୍ତ୍ୱ ମିଳିଥାଏ ଯାହା ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବାରେ ପ୍ରଭାବଶାଳୀ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.