Below header

ରାଜ୍ୟ ସରକାରଙ୍କ ମହିଳା ସଶକ୍ତି କରଣର ନିଚ୍ଛକ ଉଦାହରଣ, ଦିନକୁ ଦିନ ବଢିବାରେ ଲାଗିଛି ମିଶନ ଶକ୍ତି କାଫେର ଚାହିଦା

ରାଜ୍ୟ ସରକାରଙ୍କ ମହିଳା ସଶକ୍ତି କରଣର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ବଡମ୍ବା ବ୍ଲକର ବିଭିନ୍ନ ଜାଗାରେ । ମହିଳାମାନେ ଛତୁ ଚାଷ, ଫୁଲବାଗିଚା, ମାଛ ଚାଷ କରି ନିଜର ପରିବାର ପୋଷଣ କରୁଥିବା ବେଳେ ୨୦ ରୁ ଅଧିକ ମହିଳା ମିସନ ଶକ୍ତି କାଫେ ମାଧ୍ୟମରେ ବିଭିନ୍ନ ପ୍ରକାର ସୁସ୍ଵାଦୁ ଖାଦ୍ୟ ସାଙ୍ଗକୁ ଜଳଖିଆ କରି ଲୋକମାନଙ୍କ ମନମୋହୁଛନ୍ତି ।

ରାଜ୍ୟ ସରକାରଙ୍କ ମହିଳା ସଶକ୍ତି କରଣର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ବଡମ୍ବା ବ୍ଲକର ବିଭିନ୍ନ ଜାଗାରେ । ମହିଳାମାନେ ଛତୁ ଚାଷ, ଫୁଲବାଗିଚା, ମାଛ ଚାଷ କରି ନିଜର ପରିବାର ପୋଷଣ କରୁଥିବା ବେଳେ ୨୦ ରୁ ଅଧିକ ମହିଳା ମିଶନ ଶକ୍ତି କାଫେ ମାଧ୍ୟମରେ ବିଭିନ୍ନ ପ୍ରକାର ସୁସ୍ଵାଦୁ ଖାଦ୍ୟ ସାଙ୍ଗକୁ ଜଳଖିଆ କରି ଲୋକମାନଙ୍କ ମନମୋହୁଛନ୍ତି । ବଡମ୍ବା ବ୍ଲକରେ ମୋଟ ୨୨୦୦ ଗୋଟି ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଥିବାବେଳେ ସେଥି ଭିତରୁ ୧୪୦୦ରୁ ଅଧିକ ମହିଳା ଗୋଷ୍ଠୀ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ନିଜେ ଦୁଇପଇସା ରୋଜଗାର କରୁଥିବା ବେଳେ ଘର ଚଳାଇବାରେ ସକ୍ଷମ ହୋଇଛନ୍ତି ।

ବିଭିନ୍ନ ସମୟରେ ମହିଳାମାନେ କେବଳ ଘର କାମ କରି ସ୍ୱାମୀଙ୍କ ହାତକୁ ଚାହିଁ ରହୁଥିବାବେଳେ ତାହା ଏବେ ପରିବର୍ତ୍ତନର ବେଳ ଆସିଛି । ଏହି ଅବସରରେ ୨୦ ରୁ ଅଧିକ ମହିଳା ମିଶି ବଡମ୍ବା ବ୍ଲକ ପରିସରରେ ଏକ କାଫେ କରି ରିହାତି ମୂଲ୍ୟରେ କମ ତେଲ ମସଲାରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତି କରି ବ୍ଲକକୁ ଆସୁଥିବା ସମସ୍ତ ଲୋକମାନଙ୍କୁ ନିଜେ ଖାଇବା ପରିବେଷଣ କରୁଛନ୍ତି । ଫଳରେ ଲୋକମାନେ ଦୂରଦୂରାନ୍ତରୁ ଆସି ବ୍ଲକରେ ନିଜ କାମ କରିବା ସହ କମ ପଇସାରେ ପାଖରେ ଖାଇପାରୁଛନ୍ତି ।

ପ୍ରତ୍ୟହ ମହିଳାମାନେ ନିଜେ ହାଟରୁ ପନିପରିବା କିଣିବାଠାରୁ ଆରମ୍ଭ କରି ଖାଦ୍ୟ ପ୍ରସ୍ତୁତି ପର୍ଯ୍ୟନ୍ତ ସବୁକାମ କରିଥାନ୍ତି ଓ ଲୋକମାନଙ୍କୁ ନିଜେ ଖାଦ୍ୟ ପରଶିଦେଇ ସେମାନଙ୍କ ବାସନ ମଜା ଯାଏଁ ସବୁ କାମ କରିଥାନ୍ତି । ଏପରି କାମ କରି ଭଲ ଦୁଇ ପଇସା ରୋଜଗାର କରିପାରୁଥିବାବେଳେ ହାତ ପାହାନ୍ତାରେ କମ ପଇସାରେ ଖାଇବା ମିଳିବା ସହ ବ୍ଲକ କାମ କରିବାକୁ ସୁବିଧା ହେଉଥିବାରୁ ଲୋକମାନେ ବି ଖୁସି । ଏହି ଖାଦ୍ୟର ସ୍ୱାଦ ଉଚ୍ଚକୋଟିର ହୋଇଥିବାରୁ କାଫେର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି ।

ପ୍ରଥମେ ଖାଲି ଭୋଜନର ବ୍ୟବସ୍ଥାରୁ ଆରମ୍ଭ ହୋଇ ଏବେ ଜଳଖିଆ ଓ ବିଭିନ୍ନ ପ୍ରକାର ଆରିସା, କାକରା, ମିଠା ସାଙ୍ଗକୁ ରାଶିଖଜା ଓ ଲଡୁ ଯାଏଁ ପହଞ୍ଚିଲାଣି । ମହିଳାମାନେ ମିଶନ ଶକ୍ତି କାଫେ କରିବା ଫଳରେ ପ୍ରତ୍ୟହ ବହୁ ଲୋକଙ୍କ ସୁବିଧା ହେଉଛି । ଏଥି ନିମନ୍ତେ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯାଇଛି ବୋଲି କହିବା ସହ ଏପରି କାମ ସାରା ଓଡିଶାରେ ପ୍ରଥମ ଓ ବିରଳ । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ରାଜ୍ୟ ସରକାର ନିର୍ଦେଶ ବୋଲି କହିଛନ୍ତି ବିଧାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.