ଜୟସ୍ୱାଲଙ୍କ ଶତକରେ ଝୁମି ଉଠିଲେ ରୋହିତ ଶର୍ମା, ଭିଡିଓ ଭାଇରଲ

ଜୟସ୍ୱାଲ ଶତକ ପୂରଣ କରିବା ପରେ ରୋହିତ ଡ୍ରେସିଂ ରୁମରେ ବହୁତ ଖୁସି ହୋଇଯାଇଛନ୍ତି । ଡ୍ରେସିଂ ରୁମରେ ରୋହିତ ଆକ୍ରତ୍ମକ ଅନ୍ଦାଜରେ ଜୟସ୍ୱାଲଙ୍କ ଶତକ ଖୁସି ମନାଇଛନ୍ତି । ଏହି ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି ।

ଭାରତ-ଇଂଲଣ୍ଡ ମଧ୍ୟରେ ରାଜକୋଟରେ ଖେଳାଯାଉଛି ତୃତୀୟ ଟେଷ୍ଟ । ଏହି ମ୍ୟାଚରେ ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ କରୁଛି । ଏପର୍ଯ୍ୟନ୍ତ ଭାରତ ୪ ଓ୍ଵିକେଟ ହରାଇ ୩୧୪ ରନ୍‌ କରିଛି । ଆଉ ଇଂଲଣ୍ଡ ଠାରୁ ୪୪୦ ରନରେ ଆଗୁଆ ରହିଛି । ଏହି ମ୍ୟାଚରେ ଭାରତୀୟ ଖେଳାଳି ଯଶସ୍ୱୀ ଜୟସ୍ୱାଲ ଟେଷ୍ଟ କ୍ୟାରିଅରର ଦ୍ୱିତୀୟ ଶତକ ପୂରଣ କରିଛନ୍ତି । ଜୟସ୍ୱାଲ ୧୨୦ ବଲରେ ଶତକ ପୂରଣ କରିଛନ୍ତି । ଆଉ ଜୟସ୍ୱାଲଙ୍କ ଶତକରେ ଖୁସି ହୋଇଛନ୍ତି ରୋହିତ ଶର୍ମା । ଯାହାର ଭିଡିଓ ଦେଖିବାକୁ ମିଳିଛି ।

ଫ୍ୟାନ୍ସ ରୋହିତଙ୍କ ଏଭଳି ଅନ୍ଦାଜ ବହୁତ ଖୁବ୍‌ କମ୍‌ ଦେଖିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି କି, ଜୟସ୍ୱାଲ ଶତକ ପୂରଣ କରିବା ପରେ ରୋହିତ ଡ୍ରେସିଂ ରୁମରେ ବହୁତ ଖୁସି ହୋଇଯାଇଛନ୍ତି । ଡ୍ରେସିଂ ରୁମରେ ରୋହିତ ଆକ୍ରତ୍ମକ ଅନ୍ଦାଜରେ ଜୟସ୍ୱାଲଙ୍କ ଶତକ ଖୁସି ମନାଇଛନ୍ତି । ଏହି ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି ।

ସୂଚନାଯୋଗ୍ୟ, ଭାରତ ଦ୍ୱିତୀୟ ଇନିଂସରେ ଜୟସ୍ୱାଲ ଶତକ ପୂରଣ କରିବା ପରେ ସମସ୍ୟା ଭୋଗିଥିଲେ । ତେଣୁ ରିଟାୟର୍ଡ ହର୍ଟ ହେବାକୁ ନିଷ୍ପତ୍ତି ନେଇଥିଲେ । ତେବେ ତୃତୀୟ ଦିନରେ ଶତକ ପୂରଣ କରି ରିଟାୟର୍ଡ ହର୍ଟ ହେବା ପରେ ଚତୁର୍ଥ ଦିନରେ ବ୍ୟାଟିଂ କରୁଛନ୍ତି ଜୟସ୍ୱାଲ ।

ଜୟସ୍ୱାଲ ବର୍ତ୍ତମାନ ୧୫୦ ରନ୍‌ କରିଥିବା ବେଳେ ତାଙ୍କ ସହିତ ସରଫରାଜ ଖାନ ବ୍ୟାଟିଂ କରୁଛନ୍ତି । ସରଫରାଜ ୨୨ ରନ୍‌ କରି ଖେଳୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.