ସାବଧାନ ! ବଜାରରେ ମିଳୁଛି ନକଲି କସମେଟିକ୍, ବ୍ରହ୍ମପୁରର ୫ଟି ଦୋକନରୁ ଜବତ

ବ୍ରହ୍ମପୁର ଟାଉନ ଥାନା ଓ ବଡ଼ ବଜାର ଥାନା ପୋଲିସ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା । ସହରର ବିଭିନ୍ନ ଦୋକାନ ଓ ସପିଂ ମଲରେ ଚଢାଉ କରି ବ୍ୟାପକ ପରିମାଣର ନକଲି କସମେଟିକ୍ ସାମଗ୍ରୀ ଜବତ କରାଯାଇଛି ।

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ସହରର ୫ଟି ଦୋକନରୁ ନକଲି କସମେଟିକ୍ ଜବତ। ବ୍ରହ୍ମପୁର ଟାଉନ ଥାନା ଓ ବଡ଼ ବଜାର ଥାନା ପୋଲିସ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା । ସହରର ବିଭିନ୍ନ ଦୋକାନ ଓ ସପିଂ ମଲରେ ଚଢାଉ କରି ବ୍ୟାପକ ପରିମାଣର ନକଲି କସମେଟିକ୍ ସାମଗ୍ରୀ ଜବତ କରାଯାଇଛି ।

ବିଭିନ୍ନ ସ୍ଥାନରେ ନକଲି କସମେଟିକ୍ ବିକ୍ରୀ ହେଉଥିବା ନେଇ ହିନ୍ଦୁସ୍ତାନ ଲିଭର କମ୍ପାନୀର କର୍ମଚାରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ଚଢାଉ କରିଥିଲା । ଉଭୟ ବଡ଼ ବଜାର ଓ ଟାଉନ ଥାନାରେ ପୃଥକ ପୃଥକ ଦୁଇଟି ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ କରିଛି । ଜବତ କସମେଟିକ୍ ସାମଗ୍ରୀର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.