ନୂଆ କଲରରେ ନଜର ଆସିଲା ଗୁଗଲର ଏହି ଦମଦାର ଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ

Google Pixel 7a ର ନୂଆ କଲର ଭାରିଆଣ୍ଟ କୋରଲ୍‌ ଫ୍ଲିପକାର୍ଟରେ ଦେଖିବାକୁ ମିଳିଛି । ଦମଦାର ପିକ୍ସେଲ ସିରିଜ ସ୍ମାର୍ଟଫୋନର ଏହି କଲର ଅପ୍ସନ ଆମେରିକାରେ ବିକ୍ରି ହୁଏ । ଇ-କମର୍ସ ପ୍ଲାଟଫର୍ମରେ ଲିଷ୍ଟ ହେବା ପରେ ଏହା ଖୁବଶୀଘ୍ର ବିକ୍ରି ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ଆମେରିକାରେ ବିକ୍ରି ହେଉଥିବା ଗୁଗଲର ଦମଦାର ସ୍ମାର୍ଟଫୋନ ବର୍ତ୍ତମାନ ଭାରତୀୟ ମାର୍କେଟରେ ଏଣ୍ଟ୍ରି ନେବ । Google Pixel 7a ର ନୂଆ କଲର ଭାରିଆଣ୍ଟ କୋରଲ୍‌ ଫ୍ଲିପକାର୍ଟରେ ଦେଖିବାକୁ ମିଳିଛି । ଦମଦାର ପିକ୍ସେଲ ସିରିଜ ସ୍ମାର୍ଟଫୋନର ଏହି କଲର ଅପ୍ସନ ଆମେରିକାରେ ବିକ୍ରି ହୁଏ । ଇ-କମର୍ସ ପ୍ଲାଟଫର୍ମରେ ଲିଷ୍ଟ ହେବା ପରେ ଏହା ଖୁବଶୀଘ୍ର ବିକ୍ରି ଆରମ୍ଭ ହେବ ବୋଲି ଆଶା କରାଯାଉଛି । ତେବେ Google Pixel 7a କୋରଲ୍‌ର ଦାମ, ଫିଚର ଏବଂ ସମସ୍ତ ଡିଟେଲ୍ସ ବିଷୟରେ ଆସନ୍ତୁ ଜାଣିବା ।

ଅନଲାଇନ ମାର୍କେଟ ପ୍ଲେସ୍‌ ଫ୍ଲିପକାର୍ଟରେ ବିଗ ବିଲିୟନ ଡେ ସେଲ୍‌ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ୮ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଏହା ଚାଲିବ । ଏହି ସମୟ ମଧ୍ୟରେ ସ୍ମାର୍ଟଫୋନ ଏବଂ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ସମେତ ଅନେକ ପ୍ରଡକ୍ଟସ୍‌ ଉପରେ ଭାରି ଡିସକାଉଣ୍ଟ ମିଳିବ । ସେହିପରି Google Pixel 7aର ନୂଆ ଭାରିଆଣ୍ଟର ସେଲ୍‌ ବିଗ୍‌ ବିଲିୟନ୍‌ ଡେରେ ମଧ୍ୟ ଆରମ୍ଭ ହୋଇପାରେ ।

Google Pixel 7a Coral ସ୍ପେସିଫିକେସନ :
ଗୁଗଲର ଦମଦାର ସ୍ମାର୍ଟଫୋନ୍ ଫ୍ଲିପକାର୍ଟରେ ଲିଷ୍ଟ ହୋଇଛି । କିନ୍ତୁ ଏହି ପେଜ୍‌ରେ ବର୍ତ୍ତମାନ Coming Soon ଲେଖା ହୋଇଥିବା ନଜର ଆସୁଛି । ଏହାର ଦାମ ପେଜ୍‌ରେ ପ୍ରକାଶ ପାଇଛି ।

ଡିସପ୍ଲେ: Google Pixel 7a Coral ୬.୧ ଇଞ୍ଚ OLED ଡିସପ୍ଲେ ସହିତ ଆସିଥାଏ । ଏଥିରେ ଫୁଲ୍‌ HD + (୨୪୦୦ × ୧୦୮୦ ପିକ୍ସେଲ) ରିଜୋଲ୍ୟୁସନ ମିଳିଥାଏ ।

ଚିପସେଟ: ଏହି ସ୍ମାର୍ଟଫୋନ୍ ଗୁଗଲ Tensor G2 ଚିପସେଟକୁ ସପୋର୍ଟ କରେ । ଏହା ବ୍ୟତୀତ ଏଥିରେ Titan M2 ସିକ୍ୟୁରିଟି ଚିପସେଟ ମଧ୍ୟ ଦିଆଯାଇଛି ।

OS ଏବଂ ଷ୍ଟୋରେଜ: ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ 13 OSରେ ଚାଲିଥାଏ । ଆପଣ ୮GB RAM ଏବଂ ୧୨୮GB ଇଣ୍ଟରନାଲ ଷ୍ଟୋରେଜ୍ ପାଇପାରିବେ ।

କ୍ୟାମେରା: ଫଟୋଗ୍ରାଫି ପାଇଁ ଏହି ଫୋନରେ ୬୪MP (OIS) Sony IMX787 ଏବଂ ୧୩MP ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ କ୍ୟାମେରା ଅଛି । ଭିଡିଓ କଲ୍ ଏବଂ ସେଲଫି ପାଇଁ ୧୩MP ଫ୍ରଣ୍ଟ କ୍ୟାମେରା ମିଳୁଛି ।

ବ୍ୟାଟେରୀ: ଗୁଗଲର ଫୋନ୍ ୪୩୮୫mAh ବ୍ୟାଟେରୀ ପାଓ୍ଵାର ସହିତ ଆସିଥାଏ । ଏଥିରେ ୧୮W ଫାଷ୍ଟ ଚାର୍ଜିଂ ଏବଂ Qi େଓ୍ଵୟରଲେସ୍‌ ଚାର୍ଜିଂ ପାଇଁ ସପୋର୍ଟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.