ବ୍ରହ୍ମପୁର ବଡ ବଜ଼ାର ଥାନା ପୋଲିସ ପକ୍ଷରୁ ପୁଣି ନକଲି ସସ୍ ଗୋଦାମ୍ ଉପରେ ଚଢାଉ, ଜଣେ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ବଡ ବଜ଼ାର ଥାନା ପୋଲିସ ପକ୍ଷରୁ ନକଲି ଗୋଦାମ ଉପରେ ଚଢ଼ାଉ। ଭେଜାଲ୍ ଟମାଟ, ଚିଲ୍ଲୀ , ସୋୟା ସସ୍ ସହିତ ଭିନେଗାର୍ ଜବତ । ସୋମନାଥ ନଗରରେ ଶଙ୍କର ସ୍ବାଇଁ ନାମକ ଜଣେ ବ୍ଯକ୍ତି ପକ୍ଷରୁ ଏସବୁ ନକଲି ସାମଗ୍ରୀ ବ୍ରାଣ୍ଡ ନାମରେ ବିକ୍ରି କରାଯାଉଥିଲା ।

ଚଢାଉ ସମୟରେ ୬ଟି ପ୍ଲାଷ୍ଟିକ ଡ୍ରମରେ ପ୍ରସ୍ତୁତ ହୋଇ ରହିଥିବା ଟମାଟୋ ସସ, ୨୧୬୬ ଭିନେଗାର୍ ବୋତଲ, ୮୦ କିଲୋ ଆଳୁ,୪୦୦ କିଲୋ ଆରାରୁଟ୍ ପାଉଡର୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏହାସହ ଶଙ୍କରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ନକଲି ଓ ଭେଜାଲ ସାମଗ୍ରୀର ପର୍ଦାଫାସ ପାଇଁ ୧୫ଦିନ ଧରି ସ୍ୱତନ୍ତ୍ର ସ୍କ୍ବାର୍ଡ ପକ୍ଷରୁ ଚଢ଼ାଉ ଅଭିଯାନ ଜାରି ରହିଛି। ୧୦ଟି ମାମଲା ସହ ଶଙ୍କର ସ୍ଵାଇଁକୁ ମିଶାଇ ୧୨ଜଣଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.