Below header

ଯାଜପୁରରେ ନକଲି ଅଟା କାରଖାନା ଠାବ, ଜରି,ମେସିନ,ଗହମ ଆଦି ଅନ୍ୟାନ୍ୟ ସାମଗ୍ରୀକୁ ଜବତ କଲା ପୋଲିସ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁରରେ ନକଲି ଅଟା କାରଖାନାକୁ ଠାବ କଲା ପୋଲିସ । ସେଠାରୁ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀର ଅଟା ତିଆରି ଜରି,ମେସିନ,ଗହମ ଆଦି ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଛି । ଏହି ଘଟଣାରେ ଯାଜପୁର ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କେଶବ ଚନ୍ଦ୍ର ପାଣି । ଯାଜପୁର ଥାନା ଦେବୀଦ୍ୱାର ଅଞ୍ଚଳରେ କେଶବ ନିଜର ଅଟା କଳ ରହିଛି ।

ସେଠାରେ ଗହମ ପେଶାଇ ବିଭିନ୍ନ ନାମୀ ଦାମୀ କମ୍ପାନୀର ଜରି ଆଣି ସେଥିରେ ସାଧାରଣ ଅଟାକୁ ପ୍ୟାକିଂ କରି ବଜାରକୁ ଛାଡୁଥିଲେ ।  ଏ ନେଇ ପରିବାର ଅଟା କମ୍ପାନୀ ପ୍ରଥମେ କଲିକତାର ଏକ ଘରୋଇ ଡିଟେକଟିଭ କମ୍ପାନୀର ସହାୟତା ନେଇଥିଲେ । ଉକ୍ତ କମ୍ପାନୀ ଅନୁସନ୍ଧାନ କରି ଜାଣିବା ପରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।

ଅଭିଯୋଗ ପାଇବା ପରେ ଯାଜପୁର ପୋଲିସ ଆଜି ଉକ୍ତ ଅଟା କଳ ଉପରେ ଚଢ଼ାଉ କରିଥିଲା । ସେଠାରୁ ଅଟା ପ୍ୟାକେଟ ସହିତ ପ୍ୟାକିଂ ପାଇଁ ଆବଶ୍ୟକ ବିଭିନ୍ନ ସାମଗ୍ରୀ ଜବତ କରିଥିଲା । ପୋଲିସ ଅଭିଯୁକ୍ତ
କେଶବକୁ ଆଜି ଗିରଫ କରିଥିବା ବେଳେ ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରିବ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.