Below header

ନିର୍ବାଚନ ସମୟରେ ବିକ୍ରି ହୋଇଥାନ୍ତା ନକଲି ମଦ, ନବରଙ୍ଗପୁର କାରଖାନାରେ ଚଢ଼ାଉ କଲା ବ୍ରହ୍ମପୁରର ଅବକାରୀ ବିଭାଗ

ନବରଙ୍ଗପୁର(କେନ୍ୟୁଜ୍): ଚାଲିଛି  ନିର୍ବାଚନୀର ଋତୁ । ଭୋଟ ଦିନ ବ୍ଲକରେ ବନ୍ଦ ରହିବ ମଦ ଦୋକାନ । ଏହାକୁ ଏକ ସୁଯୋଗ ଭାବି ନେଇ ନବରଙ୍ଗପୁର ସହରରେ ଆରମ୍ଭ ହେଇଥିଲା ନକଲି ବିଦେଶୀ ମଦର କାରବାର। ଆଶା ଥିଲା ଲକ୍ଷ ଲକ୍ଷ ଟଙ୍କାର କାରବାର । ହେଲେ ସବୁ କିଛି ଓଲଟ ପାଲଟ କରିଦେଲା ଅବକାରୀ ବିଭାଗ । ବ୍ରହ୍ମପୁରର ଗୁଇନ୍ଦା ଟିମ ଆଜି ସହର ମଧ୍ୟରେ ନକଲି ମଦ ତିଆରି କରି ବିକ୍ରି କରୁଥିବା ଅଭିଯୋଗରେ ଅଚାନକ ଚଢ଼ାଉ କରି ଜଣେ ମହିଳାଙ୍କୁ ଗିରଫ କରିଛି  ।

ଏହି ବେଆଇନ କାରବାରର ଖବର ପାଇ ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଗୁଇନ୍ଦା ସଂସ୍ଥା ଦକ୍ଷିଣାଞ୍ଚଳ, ବ୍ରହ୍ମପୁରର ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ excise କୁବେର ସେଠୀଙ୍କ  ତତ୍ବବଧାନରେ ସବ୍ ଇନସପେକ୍ଟର ବିଶ୍ୱଜିତ ଦାସ, ସୁଦର୍ଶନ ବିଶୋଇ, ନବରଙ୍ଗପୁର ଅବକାରୀ ଇନସପେକ୍ଟର ସୁଧୀର ସାହୁ, ASI ବ୍ରଜ ନାୟକ, ସୁବ୍ରତ ହିରନ୍‌ ଓ ୨୦ ଜଣ ଅବକାରୀ ଷ୍ଟାଫଙ୍କ ସହ ତୋଟା ସାହିରେ ଅଚାନକ ଚଢ଼ାଉ କରିଥିଲେ। ସେଠାରୁ  ଜଣେ ମହିଳାଙ୍କ ଘରୁ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ବୋତଲ, ଠିପି, ଅବକାରୀ ଲେବୁଲ ଜବତ କରିବା ସହ ୩୪.୫୬୦ml ନକଲି ମଦ ମଧ୍ୟ ଜବତ କରିଛି। ଏବଂ ମହିଳା ଜଣକୁ ଗିରଫ କରାଯାଇଛି ।

nabarangpur 1

ଜବତ ହୋଇଥିବା ଜିନିଷ ମଧ୍ୟରେ ଖାଲି ବୋତଲ ୭୫୦ml ର ୨୦୦ଟି, ୧୮୦ mlର ବୋତଲ ୧୦୦ଟି, ୮୦mlର  ୧୯୨ଟି ବୋତଲ ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡର ଜବତ କରିଛି। ସ୍ପିରିଟ ଓ କ୍ଯାରାମିନକୁ ମିକ୍ସ କରି ନକଲି ମଦ ପ୍ରସ୍ତୁତ କରି ଅସଲି ଭଳି ଦେଖା ଯାଉଥିବା ବୋତଲ ମଧ୍ୟରେ ପ୍ଯାକିଂ କରାଯାଉଥିଲା ।  ପରେ ଏଗୁଡିକୁ ବଜାରରେ ବିକ୍ରି କରୁଥିଲେ। ରାତି ଅଧିଆ ଚୋରାରେ ମଦ ପିଉଥିବା ଲୋକ ଏକ ପ୍ରକାର ବିଷକୁ ପିଉଥିବା ବେଳେ ମଦ ମୃତ୍ୟୁ ଭଳି ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ।

ମୂଳ ପ୍ରଶ୍ନ ହେଉଛି ଯେ ଜଣେ ମହିଳା  ନାମୀଦାମୀ କମ୍ପାନୀର ବୋତଲ କେଉଁଠାରୁ ଆଣୁଥିଲେ ତାହା ଜଣାପଡିନାହିଁ। ଏହା ସହିତ excise lable  ବୋତଲରେ ବ୍ଯବହାର କରୁଥିଲେ ମଧ୍ୟ ଆଜିଯାଏଁ ନବରଙ୍ଗପୁର ଅବକାରୀ ବିଭାଗ ପାଖରେ ଖବର ନଥିଲା। ବ୍ରହ୍ମପୁରର ଗୁଇନ୍ଦା ଟିମ୍‌ ଆସି ନବରଙ୍ଗପୁରରେ ଚଢ଼ାଉ କରି ନକଲି ମଦ ପ୍ରସ୍ତୁତି ଉପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି।  ତେବେ ମହିଳାଙ୍କ ପାଖକୁ ଏ ସବୁ ବ୍ରାଣ୍ଡର ବୋତଲ ଆଉ ଠିପି କେଉଁ ଜାଗାରୁ ଆସୁଥିଲା ଆଉ କିଏ କିଏ ଏହି ନକଲି ମଦ କାରବାରରେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣାପଡିବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ,

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.