Below header

କଟକ ପୁରୀଘାଟ ଦେବୀଗଡ଼ାରେ ଚାଲିଛି ମା’ ଦୁର୍ଗାଙ୍କ ଭସାଣି: ଆଜି ସନ୍ଧ୍ୟା ସୁଦ୍ଧା ସରିବ ସମସ୍ତ ମେଢ ବିସର୍ଜନ

କଟକ(କେନ୍ୟୁଜ୍): ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତଜନନୀ ମା’ ଦୁର୍ଗା । ବିଜୟା ଦଶମୀ ଶେଷ ହେବା ପରେ ଆଜି ମାଆଙ୍କୁ ମେଲାଣି ଦିଆଯାଉଛି । କଟକରେ ଚାଲିଛି ମା’ଙ୍କ ବିସର୍ଜନ। ପୁରୀଘାଟ ଦେବୀଗଡ଼ାରେ ଚାଲିଛି ମା’ ଦୁର୍ଗାଙ୍କୁ ବିସର୍ଜନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୧୮ଟି ମେଢ ବିସର୍ଜନ କରାଯାଇଛି।

ଶାନ୍ତି ଶୃଙ୍ଖଳାର ସହ କଟକ ଦୁର୍ଗାପୂଜା ଭସାଣ ଶେଷ ହେବାକୁ ଯାଉଛି। ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ମେଢ ବିସର୍ଜନ କରାଯିବ। ମୂର୍ତ୍ତି ବିସର୍ଜନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୩ଟି ଅସ୍ଥାୟୀ ପୋଖରୀ ତିଆରି କରାଯାଇଛି। ଶୃଙ୍ଖଳିତ ଭସାଣି ପାଇଁ ମୁତୟନ ହୋଇଛନ୍ତି ୫୫ ପ୍ଲାଟୁନ୍‌ ଫୋର୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.