ରାଜ୍ୟରେ ବଢିବ ନିଯୁକ୍ତି ସୁଯୋଗ: ଭୁବନେଶ୍ୱର ସତ୍ୟନଗର ବିଏମସି ଟାଓ୍ଵରରେ ଖୋଲିବ ଡେଲଏଟ୍‌ ଡେଭଲପମେଣ୍ଟ ସେଣ୍ଟର

ଭୁବନେଶ୍ୱର(କେନ୍ୟୁଜ୍): ନଭେମ୍ବରରେ ଭୁବନେଶ୍ୱର ସତ୍ୟନଗର ବିଏମସି ଟାଓ୍ଵରରେ ଖୋଲିବ ଡେଲଏଟ୍‌ର ଡେଭଲପମେଣ୍ଟ ସେଣ୍ଟର । ଏ ନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ । ଦେଶର ବଡ ବଡ ମେଟ୍ରୋ ସିଟିରେ ଏହାର ଅଫିସ ରହିଛି ।

pandian

ମୁମ୍ବାଇ, ହାଇଦ୍ରାବାଦ, ବାଙ୍ଗାଲୋର, ଦିଲ୍ଲୀ ପରି ବିିଭିନ୍ନ ସହରରେ ଡେଲଏଟ୍‌ର କରପୋରେଟ ଅଫିସ ରହିଛି । ଏବେ ରାଜଧାନୀ ଭୁବନେଶ୍ୱରରେ ଡେଲଏଟ୍‌ ଅଫିସ ଖୋଲିବା ପରେ ରାଜ୍ୟରେ ଅନେକ କମ୍ପାନୀ ଖୋଲିବାକୁ ଆଗ୍ରହ ପ୍ରକାଶ କରିବେ । ଏହା ସହ ରାଜ୍ୟରେ ନିଯୁକ୍ତି ସୁଯୋଗ ବି ବଢିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.