ବଢୁଛି ଦୁର୍ଗା ପ୍ରସାଦଙ୍କ ମୃତ୍ୟୁ ସସ୍‌ପେନ୍‌ସ: ଗର୍ଲଫ୍ରେଣ୍ଡ ଓ ଦୁଇ ସାଙ୍ଗ ଅଟକ, ହାତରେ ଥିବା କଟା ଦାଗକୁ ନେଇ ସନ୍ଦେହ

ହୋଟେଲରେ କାହିଁକି ଗର୍ଲଫ୍ରେଣ୍ଡ ସହ ଝଗଡ଼ା ହୋଇଥିଲା ? ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ କରୁଛି ଖଣ୍ଡଗିରି ଥାନା ପୋଲିସ ।

ଭୁବନେଶ୍ୱର (କେନ୍ୟୁଜ): ବଢୁଛି ଦୁର୍ଗା ପ୍ରସାଦଙ୍କ ମୃତ୍ୟୁ ସସ୍‌ପେନ୍‌ସ । ଦୁର୍ଗା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ତଦନ୍ତ ଚଳାଇଛି ପୋଲିସ । ଯଦି ଆତ୍ମହତ୍ୟା କରିଛନ୍ତି କ’ଣ ରହିଛି କାରଣ ? ହୋଟେଲରେ କାହିଁକି ଗର୍ଲଫ୍ରେଣ୍ଡ ସହ ଝଗଡ଼ା ହୋଇଥିଲା ? ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ କରୁଛି ଖଣ୍ଡଗିରି ଥାନା ପୋଲିସ । ଏହି ଘଟଣାରେ ଗର୍ଲଫ୍ରେଣ୍ଡ ଓ ଦୁଇ ସାଙ୍ଗକୁ ଅଟକ ରଖି ପଚରାଉଚରା ଜାରି ରହିଛି । ଦୁର୍ଗା, ଗର୍ଲଫ୍ରେଣ୍ଡ ଓ ଦୁଇ ସାଙ୍ଗଙ୍କ ମୋବାଇଲ ଫୋନକୁ ନେଇ ଯାଞ୍ଚ ଚାଲିଛି । ଓୟୋ ହୋଟେଲରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜକୁ ଯାଞ୍ଚ କରାଯାଉଛି ।

କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ । ଦୁର୍ଗାଙ୍କ ପକେଟରୁ ଏକ କାଚ ଖଣ୍ଡ ମିଳିଛି । ହାତରେ ଥିବା କଟା ଦାଗକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଜାଗମରା ଓୟୋ ହୋଟେଲରେ ପ୍ରେମିକାର ଜନ୍ମ ଦିନ ପାଳନ ପାଇଁ ଗର୍ଲଫ୍ରେଣ୍ଡ ଓ ସାଙ୍ଗମାନଙ୍କ ସହ ଆସିଥିଲେ କଟକ ନିଆଳିର ଦୁର୍ଗାପ୍ରସାଦ ମିଶ୍ର । ହୋଟେଲରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପ୍ରେମିକାଙ୍କ ସହ କୌଣସି କଥାକୁ ନେଇ ଦୁର୍ଗା ପ୍ରସାଦଙ୍କର ଝଗଡ଼ା ହୋଇଥିଲା । ପୋଷ୍ଟ ମାର୍ଟମ ସରିଥିବା ବେଳେ ଏବେ ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.