ହାଇକୋର୍ଟରେ ଦୁର୍ଗା ପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା, ଆଜି ହେବ ଶୁଣାଣି

କଟକ: ହାଇକୋର୍ଟରେ ଦୁର୍ଗା ପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଆଜି ହେବ ଶୁଣାଣି । ଗତ ୯ ତାରିଖରେ ଏନେଇ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ଜବାବ ଦାଖଲ କରିଥିଲେ ରାଜ୍ୟ ସରକାର । ଆବେଦନକାରୀ ପ୍ରତି ଜବାବ ଦାଖଲ କରିବାକୁ ସେଦିନ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ସମସ୍ତ ପୂଜା ମଣ୍ଡପ ୪ ଫୁଟ ମଧ୍ୟରେ ମୂର୍ତ୍ତି କରିବାକୁ ପୋଲିସ କମିଶନର ଗତ ସେପ୍ଟେମ୍ବର ୧୭ ତାରିଖରେ ଦେଇଥିଲେ ନିର୍ଦ୍ଦେଶ । ପୋଲିସ କମିଶନରଙ୍କ ଏହି ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରି ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଚାଲିଛି ।

ଗତ ସେପ୍ଟେମ୍ବର ୩୦ ତାରିଖରେ ଏ ସଂକ୍ରାନ୍ତରେ ଶୁଣାଣି ହୋଇଥିବା ବେଳେ ପୋଲିସ କମିଶନରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ ହୋଇଥିଲା । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଗତ ୯ ତାରିଖରେ ପୋଲିସ କମିଶନର ସାନି ସତ୍ୟପାଠ ଦାଖଲ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଜବାବ ଦାଖଲ କରାଯାଇଥିଲା । ମୂଳ ଆବେଦନକାରୀ ବାଲୁବଜାର ପୂଜା କମିଟି ସମେତ ଅନ୍ୟ ତିନୋଟି ପୂଜା କମିଟି ପୋଲିସ କମିଶନରଙ୍କ ୪ ଫୁଟ ଉଚ୍ଚ ମୂର୍ତ୍ତି ର୍ନିମାଣ ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଚାରୋଟି ଯାକ ମାମଲାର ଏକତ୍ର ଶୁଣାଣି ହେବା ପାଇଁ ଧାର୍ଯ୍ଯ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.