ପାଟ୍ରୋଲିଙ୍ଗ ସମୟରେ ୭୦ ଲିଟର ଦେଶୀମଦ ସହ ୨ ବାଇକ ଜବତ, ୪ ଜଣ ଗିରଫ

ମୋହନା: ମୋହନା ପୋଲିସ୍ ପାଟ୍ରୋଲିଙ୍ଗ କରିବା ସମୟରେ ଆଜି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗରେ ଚଢାଉ କରିଥିଲା l ପୋଲିସ୍‌ର ଏହି ଚଢ଼ାଉ ସମୟରେ ବିଭିନ୍ନ ସ୍ଥାନରୁ ୭୦ ଲିଟର ଦେଶୀ ମଦ ଜବତ ହେବା ସହିତ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହା ସହିତ ମଦ କାରବାର ହେଉଥିବା ଦୁଇଟି ସ୍ଥାନରୁ ହଣ୍ଡା ଆକ୍ଟିଭା ଓ ଟିଭିସ୍ ଆପାଚି ଗାଡିକୁ ଜବତ କରାଯାଇଛି।

ସୂଚନା ଅନୁସାରେ, ଆଜି ଟୁଟୁଗୁଡ଼ା ଗ୍ରାମର ପିତବାସ ପ୍ରଧାନ ଓ ପିତର ପ୍ରଧାନ ମଦ ନେଇ ଏକ ଆକ୍ଟିଭା ଗାଡିରେ ଦେଶୀ ମଦ ନେଉଥିବା ବେଳେ ପୁଲିସ ଲୁହାଗୁଡି ନିକଟସ୍ଥ କମଳାପୁର ନାକା ପଏଣ୍ଟ ନିକଟରେ ତାଙ୍କଠାରୁ ୩୦ ଲିଟର ମଦ ଜବତ କରିଥିଲା। ସେହିପରି ରାଇସିଂ ଗ୍ରାମର ସୁବୋଧ ବୀର ଓ ମୋତିଲାଲ ନାୟକ ଦେଶୀ ମଦ ଏକ ଟିଭିଏସ୍ ଆପାଚି ବାଇକ ରେ ନେବା ସମୟରେ ମୋହନା ସ୍ଥିତ ଲେଡବନ୍ଧ ଘାଟି ନିକଟରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ଠାରୁ ୪୦ ଲିଟର ଚୋରା ମଦ ଜବତ କରାଯାଇଛି l ଏନେଇ ମୋହନା ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.