ଜରିମାନା ଆଦାୟ ବ୍ୟବସ୍ଥାରେ ଆସିବ ସ୍ବଚ୍ଛତା, ଆରମ୍ଭ ହେବ ଇ-ଚାଲାଣ ବ୍ୟବସ୍ଥା

ଭୁବନେଶ୍ବର(କେନ୍ଯୁଜ୍) : କେନ୍ୟୁଜ୍ କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଉଦ୍‌ଘାଟନ ହୋଇଯାଇଛି ଇ-ଚାଲାଣ ମେସିନ୍‌ । ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ମେସିନ୍‌ର ଉଦ୍‌ଘାଟନ କରି ଏହି ବ୍ୟବସ୍ଥା ଲାଗୁ ଦ୍ବାରା ଜରିମାନା ଆଦାୟ ବ୍ୟବସ୍ଥାରେ ସ୍ବଚ୍ଛତା ଆସିବା ସହ ଅନିୟମିତତା ଅଭିଯୋଗ କମ୍ ହେବ ବୋଲି କହିଛନ୍ତି । ପାଖରେ ଟଙ୍କା ନଥିଲେ ମଧ୍ୟ ଉଲ୍ଲଙ୍ଘନକାରୀ ଖସିକି ଯାଇପାରିବେ ନାହିଁ । ଏଥିପାଇଁ ପୁଲିସ କର୍ମଚାରୀଙ୍କୁ ସ୍ବତନ୍ତ୍ର ପିଓଏସ୍‌ ମେସିନ୍‌ ପ୍ରଦାନ କରାଯିବ। ସେମାନେ ‌ନିୟମ ଉଲ୍ଲଙ୍ଘନକାରୀଙ୍କ ଡେବିଟ୍‌ କାର୍ଡ କିମ୍ବା କ୍ରେଡିଟ୍‌ କାର୍ଡରେ ଜରିମାନା ଆଦାୟ କରିପାରିବେ। ଏହି ବ୍ୟବସ୍ଥା ଆସନ୍ତା ୧୬ରୁ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ ପର‌୍ୟ୍ୟାୟରେ କଟକ-ଭୁବନେଶ୍ବର କମିସନରେଟ୍‌ ପୁଲିସରେ ଲାଗୁହେବ ବୋଲି ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.