ଟୁଇନସିଟିରେ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ପୋଲିସ ପକ୍ଷରୁ ଇ-ପୋଲିସ ଲାଇସେନ୍‌ସ , ଅନୁମତି ପାଇଁ ୭୨ ଘଣ୍ଟା ପୂର୍ବରୁ କରିବେ ଆବେଦନ

କେନ୍ୟୁଜ୍(ବ୍ୟୁରୋ):  ଲକ୍‌ଡାଉନରେ ଟୁଇନସିଟିରେ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ କମିଶନରେଟ ପୋଲିସ ପକ୍ଷରୁ ମିଳିବ ଇ-ପୋଲିସ ଲାଇସେନ୍‌ସ । ଏଥିପାଇଁ କମିଶନରେଟ ପୋଲିସର ୱେବସାଇଟ୍‌ www.bhubaneswarcuttackpolice.gov.inରେ ଆବେଦନ କରିବାକୁ ପଡ଼ିବ । ବିବାହ ଉତ୍ସବ ପାଇଁ ଅନୁମତି ଲାଗି ଅତିକମ୍‌ରେ ୭୨ ଘଣ୍ଟା ପୂର୍ବରୁ ଆବେଦନ କରିବାକୁ ହେବ ।

ଲାଇସେନ୍ସ ଅନୁମୋଦନ ପରେ ମୋବାଇଲ ଫୋନକୁ sms ଆସିବ । ସେହିପରି ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହେବାକୁ ଥିବା ବ୍ୟକ୍ତିଙ୍କ ନିକଟକୁ ବ୍ୟକ୍ତିଗତ ଭାବେ sms ଆସିବ । ଯାହାକୁ ସେମାନେ ଯାଆସରେ ଚେକିଂ ବେଳେ ଦେଖାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ଏହି ସୁବିଧା ଭୁବନେଶ୍ୱର ପାଇଁ ଲାଗୁ ହେବ । ପରବର୍ତ୍ତୀ ସମୟରେ ଏହା କଟକ ପାଇଁ ଲାଗୁ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.