ଆଜିଠୁ ଭୁବନେଶ୍ୱର-କଟକ ମଧ୍ୟରେ ଚାଲିଲା ‘ଜନସାଧାରଣ ଏକ୍ସପ୍ରେସ୍’, ମାର୍ଚ୍ଚ ୧ରୁ ୩୧ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ହେବ ଗମନାଗମନ

ଭୁବନେଶ୍ୱର: ଭୁବନେଶ୍ୱର-କଟକ ମଧ୍ୟରେ ଚାଲିଲା ସ୍ୱତନ୍ତ୍ର ଟ୍ରେନ । ଟ୍ଵିନ୍‌ ସିଟିବାସୀଙ୍କ ଗମନାଗମନରେ ସୁବିଧା ପାଇଁ ଏହି ଟ୍ରେନ୍‌ ଆଜିଠୁ ଗଡିଛି । ପୂର୍ବତଟ ରେଳପଥ ପକ୍ଷରୁ ମାର୍ଚ୍ଚ ୧ରୁ ୩୧ତାରିଖ ପର୍ଯ୍ୟନ୍ତ ମାସକ ପାଇଁ ପରୀକ୍ଷାମୂଳକ ଭାବେ ଏହି ଟ୍ରେନ୍‌ ଚାଲିବ । ଭୁବନେଶ୍ୱରରୁ କଟକ ଯିବାକୁ ଘଣ୍ଟାଏ ଓ କଟକରୁ ଭୁବନେଶ୍ୱର ଆସିବାକୁ ୨ଘଣ୍ଟା ୪୦ମିନିଟ୍‌ ସମୟ ଲାଗିବ ।

08460 ଭୁବନେଶ୍ୱର-କଟକ ଜନସାଧାରଣ ସ୍ପେସିଆଲ ଟ୍ରେନ ଭୁବନେଶ୍ୱରରୁ ଅପରାହ୍ନ ୧ଘ.୩୦ମି.ରେ ଛାଡି ବାରଙ୍ଗ ଓ ଗୋପାଳପୁର ବାଲିକୁଦା ମାର୍ଗ ଦେଇ କଟକ ଠାରେ ଅପରାହ୍ନ ୨ଘ.୩୦ମି.ରେ ପହଞ୍ଚିବ I ଫେରିବା ମାର୍ଗରେ ଏହି ଟ୍ରେନ କଟକ ଠାରୁ ଅପରାହ୍ନ ୨ଘ.୪୦ମି.ରେ ଛାଡି ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ଧାକିଶୋରପୁର, ନରାଜ ମାର୍ଥାପୁର ମାର୍ଗ ଦେଇ ଭୁବନେଶ୍ୱର ଠାରେ ଅପରାହ୍ନ ୫ଘ.୨୦ମି.ରେ ପହଞ୍ଚିବ I

ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ଟ୍ରେନ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, ବାରଙ୍ଗ, ଗୋପାଳପୁର ବାଲିକୁଦା ଓ କାଠଯୋଡ଼ି ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଫେରିବା ପଥରେ ଏହା କଟକ ଓ ଭୁବନେଶ୍ୱର ମଧ୍ୟରେ କେନ୍ଦ୍ରାପଡ଼ା ରୋଡ଼, ମଙ୍ଗୁଳି ଚୌଦ୍ୱାର, ନିର୍ଗୁଣ୍ଡି, ଶାଳଗାଁ, ଚାରବାଟିଆ, ବଡପଦାଗାଁ, ଗୁରୁଡ଼ିଝାଟିଆ, ମାଛପୁର, ରାଧାକିଶୋରେପୁର, ଘଣ୍ଟିଖାଲ ନିଧିପୁର, ସର୍ପେଶ୍ୱର, ନରାଜ ମାର୍ଥାପୁର, ବାରଙ୍ଗ, ଭୁବନେଶ୍ୱର ନୂଆ, ପଟିଆ ମଞ୍ଚେଶ୍ୱର ଓ ବାଣୀବିହାର ଷ୍ଟେସନ ମାନଙ୍କରେ ରହଣି କରିବ I
ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ସ୍ପେସିଆଲ ଟ୍ରେନ ଚଳାଚଳ ପାଇଁ ଏକ ମେମୁ ଟ୍ରେନକୁ ଉପଯୋଗ କରାଯିବ ଯାହାକି ଭୁବନେଶ୍ୱର ଓ କଟକ ଦ୍ୱୈତ ନଗରୀ ସହିତ ଆଖପାଖ ଯଥା ଚୌଦ୍ୱାର, ଆଠଗଡ଼, ବଡମ୍ବା, ନରସିଂହପୁର ଓ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳର ଯାତ୍ରୀମାନଙ୍କ ଗମନାଗମନ ପାଇଁ ସହାୟକ ହେବ I ପୂର୍ବତଟ ଯାହାଫଳରେ ଯାତ୍ରୀ ଭିଡ଼ ସମସ୍ୟା ଦୂର ହୋଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.