ଜିମ୍‌ରେ ଏକ୍ସରସାଇଜ୍‌ କରୁଥିଲେ ଦୀପିକା ପାଦୁକୋନ୍‌, ଏତିକି ବେଳେ ବାଜିଲା ‘ଲୁଙ୍ଗି ଡ୍ୟାନ୍ସ’ ଗୀତ, ଆଉ ତା’ପରେ … ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଦୀପିକା ଜିମ୍‌ରେ ଏକ୍ସରସାଇଜ୍‌ କରୁଥିବା ଦେଖାଯାଇଛି। ଦୀପିକା ଟ୍ରେନରଙ୍କ ସହ ଖୁବ୍‌ ଗମ୍ଭୀର ଭାବେ ବ୍ୟାୟାମ କରୁଛନ୍ତି। କିନ୍ତୁ ଏହି ସମୟରେ ହଠାତ୍‌ ତାଙ୍କ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ୍‌’ର ଲୁଙ୍ଗି ଡ୍ୟାନ୍ସ ଗୀତ ବାଜୁଛି, ଆଉ ତା’ପରେ ଦୀପିକା ଯାହା କଲେ ତାହା ଦେଖିଲେ ଆପଣ ବି ନିଜ ହସ ରୋକିପାରିବେ ନାହିଁ। ଦୀପିକା ଗୀତ ଣୁଣି ସିରିୟସ୍‌ ମୁଡ୍‌ରୁ ନର୍ମାଲ ହୋଇ ନାଚିବାକୁ ଲାଗୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:


ଦୀପିକାଙ୍କ ଏହି ଭିଡିଓକୁ ତାଙ୍କ ଫ୍ୟାନ୍‌ କ୍ଳବ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଦୀପିକାଙ୍କ ଏହି ମସ୍ତିଭରା ଅନ୍ଦାଜକୁ ଦେଖି ଲୋକମାନେ ମଧ୍ୟ ମଜାଳିଆ କମେଣ୍ଟ ଦେଉଥିବା ଦେଖାଯାଇଛି।

deepika2

ତେବେ ଦୀପିକାଙ୍କ କାମ କଥା ଦେଖିବାକୁ ଗଲେ ତାଙ୍କ ପୂର୍ବ ଫିଲ୍ମ ଛପାକ ବକ୍ସ ଅଫିସ୍‌ରେ ଏତେଟା କମାଲ କରିପାରିନଥିଲା। ଫିଲ୍ମକୁ ଦେଶର ବିଭିନ୍ନ ସ୍ଥାନରେ ବୟକଟ୍‌ କରାଯାଇଥିଲା। ତେବେ ଖୁବ୍‌ ଶୀଘ୍ର ଦୀପିକା ଓ ରଣବୀରଙ୍କ ଫିଲ୍ମ ୮୩ ହଲ୍‌କୁ ଆସିବାକୁ ଯାଉଛି। ଏହି ଫିଲ୍ମ ୧୯୮୩ର କ୍ରିକେଟ୍‌ ଓ୍ଵାର୍ଲ୍ଡ କପ୍‌ ଉପରେ ଆଧାରିତ। ଫିଲ୍ମଟି କପିଳ ଦେବଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ବେଳେ ଦୀପିକା କପିଳ ଦେବଙ୍କ ପତ୍ନୀ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.