ଟାଟା ନାଁରେ ଫେକ୍‌ ନିଯୁକ୍ତି ନେଇ ଠକେଇ ମାମଲା: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ଇଡିର ୬ ଘଣ୍ଟିଆ ଜେରା

କେନ୍ୟୁଜ୍(ବ୍ୟୁରୋ): ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ଛଅ ଘଣ୍ଟା ଧରି ଇଡିର ଜେରା । ଟାଟା ନାଁରେ ଫେକ୍‌ ନିଯୁକ୍ତି ନେଇ ଠକେଇ ମାମଲାରେ ଅଭୟ ଓ ଆକାଶ ପାଠକଙ୍କୁ ଜେରା କରିସାରିଛି ED। ଆକାଶଙ୍କ ସହ ଶ୍ରୁତିଙ୍କ ବାହାଘର ହେବାର ଥିଲା। ଆକାଶଙ୍କ ସହ ଶ୍ରୁତିଙ୍କ କଣ ଟଙ୍କା କାରବାର ହୋଇଛି ସେ ନେଇ ଚାଲିଛି ଖୋଳତାଡ। ପୂର୍ବରୁ ୨ଥର ତାଙ୍କୁ ନୋଟିସ୍‌ ହୋଇଥିଲା। ହେଲେ ସେ ହାଜର ହୋଇନଥିଲେ। ପୂର୍ବରୁ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କୁ ED ଜେରା କରି ଅନେକ ତଥ୍ୟ ପାଇଥିଲା । ଗତବର୍ଷ ଡିସେମ୍ବର ୨୧ରେ ଆକାଶ ଗିରଫ ହୋଇ ଜେଲ୍‌ରେ ଅଛନ୍ତି ।

ଅକାଶଙ୍କ ସହ ତାଙ୍କର କେତେ ଟଙ୍କା ଆକାଉଣ୍ଟକୁ ଦେଣ ନେଣ ହୋଇଛି ସେ ନେଇ ED ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଛି। ପୂର୍ବରୁ ଝରପଡା ଜେଲରେ ଆକାଶକୁ ED ର ତିନି ଜଣିଆ ଟିମ ପଚରାଉଚୁରା କରି ଆର୍ଥିକକାରବାର ନେଇ ଅନେକ ତଥ୍ୟ ହାସଲ କରିଥିଲା। ଗତକାଲି ଅଭୟ ପାଠକଙ୍କୁ ଦ୍ଵିତୀୟ ଥର ପାଇଁ ପଚରାଉଚୁରା କରିଥିଲା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କୁ 2 ଥର ନୋଟିସ ହୋଇଥିଲେ ମଧ୍ୟ ସେ ହାଜର ହୋଇ ନଥିଲେ। ପୁଣିଥରେ ତାଙ୍କୁ ନୋଟିସ କରିଛି ED

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.