ଶୀତଦିନେ ନିହାତି ପିଅନ୍ତୁ ଚଣା ସୁପ୍‌, ଦୂର ହେବ ଏସବୁ ସାଂଘାତିକ ରୋଗ; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଚଣା ଶରୀର ପାଇଁ ବେଶ୍‌ ହିତକର ହୋଇଥାଏ। ଖାସ୍‌ କରି ଶୀତଦିନେ ଏହା ଔଷଧ ଭଳି କାମ କରିଥାଏ। ଚଣା ଶରୀରକୁ ଭିତରୁ ଗରମ କରେ। ଫଳରେ ଶୀତଦିନେ ଶରୀରରେ ଉଷ୍ଣତା ବଜାୟ ରହେ। ଚଣାରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରକୁ ଶକ୍ତି ଯୋଗାଇବା ସହ ଉତ୍ତମ ପୋଷକ ପ୍ରଦାନ କରେ। ଶୀତଦିନେ ଚଣାର ସୁପ୍‌ ପିଇବା ବେଶ୍‌ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଚଣା ସୁପ୍‌କୁ ତିଆରି କରିବା ବିଧି…

ଆବଶ୍ୟକୀୟ ଉପକରଣ:

ସିଝା ଚଣା – ୧/୨ କପ୍‌
ଚଣା ସିଝା ପାଣି – ୧ କପ୍‌
ଗୋଲମରିଚ ଗୁଣ୍ଡ – ୧/୨ ଚାମଚ
ଦେଶୀ ଘିଅ – ୧ ଚାମଚ
ଭଜା ଜିରା ଗୁଣ୍ଡ – ୧/୨ ଚାମଚ
ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ସିଝା ଚଣାକୁ ଗ୍ରାଇଣ୍ଡରରେ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଚଣା ସିଝା ପାଣିକୁ ପୁଣିଥରେ ଗରମ କରନ୍ତୁ। ଏହା ଫୁଟି ଆସିଲେ ଏଥିରେ ଗ୍ରାଇଣ୍ଡିଂ ଚଣାକୁ ପକାଇ ଗୋଳାନ୍ତୁ। ଏବେ ଏକ ପ୍ୟାନ୍‌ରେ ଦେଶୀ ଘିଅ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ ସେଥିରେ ଜିରା ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ। ଏହା ଭାଜି ହୋଇଗଲେ ସେଥିରେ ଚଣା ପେଷ୍ଟ ପକାଇ ଗୋଳାଇ ଦିଅନ୍ତୁ। ଏହା ଟିକେ ଫୁଟିଗଲେ ସେଥିରେ ସ୍ୱାଦାନୁସାରେ ଲୁଣ ପକାଇ ବାଉଲ୍‌ରେ କାଢ଼ି ସର୍ଭ କରନ୍ତୁ ଚଣା ସୁପ୍‌।

ଚଣା ସୁପ୍‌ର ଫାଇଦା:

  • ଚଣାରେ ପ୍ରଚୁର ମାତ୍ରାରେ ଆଇରନ୍‌ ରହିଥାଏ, ଏହା ଶରୀରରେ ହିମୋଗ୍ଲୋବିନ୍‌ର ଅଭାବ ପୂରଣ କରିଥାଏ।
  • ଶରୀରର ସୁଗାର ଲେବଲକୁ କମ୍‌ କରିବାରେ ମଧ୍ୟ ଚଣା ସାହାଯ୍ୟ କରେ।
  • ଚଣାରେ ପ୍ରଚୁର ମାତ୍ରାରେ ଫାଇବର ରହିଛି। ଯାହା ଭୋକର ପରିମାଣକୁ କମାଇ ଦିଏ। ଫଳରେ ଓଜନ କଣ୍ଟ୍ରୋଲରେ ରହିଥାଏ।
  • ଶରୀରରେ କୋଲୋଷ୍ଟ୍ରୋଲର ପରିମାଣକୁ କମ୍‌ କରିବାରେ ମଧ୍ୟ ଚଣା ସାହାଯ୍ୟ କରେ। ଫଳରେ ହାର୍ଟ ରୋଗର ଆଶଙ୍କା କମେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.