Below header

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ନାରକୀୟ କାଣ୍ଡ, ଖଣ୍ଡା ଚୋଟରେ ଦୁଇଖଣ୍ଡ କରିଦେଲେ ଜଣେ ବ୍ୟକ୍ତିର ହାତ ପାପୁଲି

ଢେଙ୍କାନାଳ(କେନ୍ୟୁଜ୍):ଖଣ୍ଡା ଚୋଟରେ ଦୁଇଖଣ୍ଡ ହେଲା ହାତ ପାପୁଲି। ପରେ କଟା ପାପୁଲିକୁ ପଲିଥିନରେ ଧରି ଡାକ୍ତରଖାନାରେ ପହଞ୍ଚିଲେ ଆହତ। ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ରାଜକିଶୋରପୁର ଗାଁରେ ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗତକାଲି ରାତିରେ ଗଣେଶ୍ୱର ପଣ୍ଡାଙ୍କୁ ସେହି ଗାଁର ନୀଲମଣି ବେହେରା ମରଣାନ୍ତକ ଆକ୍ରମଣ କରିଥିଲା। ଧାରୁଆ ଖଣ୍ଡା ଚୋଟରେ ଗଣେଶ୍ୱରଙ୍କର ହାତରୁ ପାପୁଲି ଛିଡ଼ି ପଡ଼ିଥିଲା।

କଟା ପାପୁଲିକୁ ସେ ପଲିଥିନରେ ଧରି ସେ ପ୍ରଥମେ ଗଁନ୍ଦିଆ ଡାକ୍ତରଖାନାକୁ ଦୌଡ଼ିଥିଲେ। ପରେ ତାଙ୍କୁ ଢେଙ୍କାନାଳ ଓ ଶେଷରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅପରେସନ କରାଯାଇ ତାଙ୍କ ପାପୁଲିକୁ ଯୋଡ଼ାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ନୀଳମଣି ଫେରାର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.