Below header

ଆବର୍ଜନାରୁ ବାହାରୁଛି ସୁନା, ଆପଣ ପାଖରେ ଏମିତି ଆବର୍ଜନା ଅଛି କି ?

ଇ-େଓ୍ଵଷ୍ଟ ବା କବାଡ଼ଖାନାରୁ ବାହାରୁଛି ସୁନା,ରୁପା ଓ ବିଭିନ୍ନ ଦାମୀ ଧାତୁ । ବ୍ରିଟେନର ପଇସା ତିଆରି କରୁଥିବା ଏକ ସରକାରୀ ଫାର୍ମ ମିଣ୍ଟ ଇ-େଓ୍ଵଷ୍ଟେଜକୁ କମ କରିବା ପାଇଁ ଏପରି କାମ ଆରମ୍ଭ କରିଛି । ରୟାଲ ମିଣ୍ଟ କାନଡ଼ା ଫାର୍ମ ଏକ୍ସିର ସହ ମିଶିକରି ସ୍ମାର୍ଟଫୋନ ଓ ଲାପଟପର ରିସାଇକେଲ କରୁଛି । ଏଥିପାଇଁ ଆରମ୍ଭ କରାଯାଇଥିବା ଟ୍ରାଏଲ ମଧ୍ୟ ସଫଳ ହୋଇଛି ।

ରୟାଲ ମିଣ୍ଟର କହିବା କଥା ନୂଆ ଟେକ୍‌ନିକ ଅନୁଯାୟୀ ନଷ୍ଟ ହୋଇଯାଇଥିବା ସ୍ମାର୍ଟଫୋନ ଓ ଲାପଟପର ଗେଜେଟସର ସର୍କିଟ ବୋର୍ଡରୁ କିଛି ସମୟ ଭତରେ ମେଟାଲ ବାହାର କରାଯାଉଛି । ଖାସ ଟେକ୍‌ନିକ ବ୍ୟବହାର କରି ଏହି ଇ-େଓ୍ଵଷ୍ଟେଜରୁ ୯୯ ପ୍ରତିଶତ ମେଟାଲ ଅଲଗା କରାଯାଇ ପାରୁଛି ।

e-waste
p.c : bhaskar.com

ଦୁନିଆର ୭ ପ୍ରତିଶତ ସୁନା ଇ-େଓ୍ଵଷ୍ଟେଜରେ

ସାରା ଦୁନିଆରେ ପ୍ରତିବର୍ଷ ୫ କୋଟି ଟନ ଇ-େଓ୍ଵଷ୍ଟେଜ ବାହାରି ଥାଏ । ଏଥିରୁ ମାତ୍ର ୨୦ ପ୍ରତିଶତ ରିସାଇକେଲ କରାଯାଇଥାଏ । ଯଦି ଏମିତି ଇ- େଓ୍ଵଷ୍ଟେଜ ବୃଦ୍ଧିପାଏ ୨୦୩୦ ପର୍ଯ୍ୟନ୍ତ ଏହି ମାତ୍ରା ୭ କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଦୁନିଆରେ ମହଜୁଦ ହୋଇ ରହିଥିବା ସୁନାର ୭ ପ୍ରତିଶତ ଇ-େଓ୍ଵଷ୍ଟେଜରେ ଥାଇପାରେ । ଯାହା ଅଯଥା ନଷ୍ଟ ହୋଇଥାଏ ।

୯୯.୯ % ସୁନା ଅଲଗା କରିବା ସଫଳ ହୋଇଛି

ଏପର୍ଯ୍ୟନ୍ତ ଇ-େଓଷ୍ଟେଜରୁ ରିସାଇକେଲ କରିବା ପାଇଁ ଅଧିକ ତାପମାତ୍ରାରେ ତରଳା ଯାଉଥିଲା । ହେଲେ ରୟାଲ ମିଣ୍ଟ ଏହାକୁ ରୁମ୍‌ ଟେମ୍ପେରଚର ଦ୍ୱାରା କରିବାର ଟେକନିକ ବ୍ୟବାହର କରୁଛି । ସାଉଥେଓ୍ଵଷ୍ଟରେ ଏହି କମ୍ପାନୀର ଟ୍ରାଏଲ ସଫଳ ହୋଇଛି । ଏହି ଟେକ୍‌ନିକରେ ଯେଉଁ ସୁନା ବାହାର କରିଛି ତାହା ୯୯.୯ ପ୍ରତିଶତ ଶୁଦ୍ଧ ବୋଲି ଜଣାପଡ଼ିଛି । ଏହାଛଡ଼ା ରୁପା, ତମ୍ବା ଓ ପେଲେଡିୟମ ଭଳି ଧାତୁ ବି ଅଲଗା କରାଯାଇପାରିବ ।

ଏହାଦ୍ୱାରା ଇ-େଓ୍ଵଷ୍ଟ ମ୍ୟାନେଜମେଣ୍ଟ ସଫଳ ହେବା ସହ ବହୁମୂଲ୍ୟ ଧାତୁ ମଧ୍ୟ ଏଥିରୁ କଢ଼ାଯାଇପାରିବ । ଯାହାକି ଆମର ଅର୍ଥ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବ ବୋଲି ରୟାଲ ମିଣ୍ଟର ଚିଫ ଗ୍ରୋଥ ଅଫିସର ସିଏନ୍‌ ମିଲାଇ କହିଛନ୍ତି । ଏହି ପ୍ରକ୍ରିୟା ଦ୍ୱାରା ପରିବେଶ ଉପରେ ମଧ୍ୟ କୌଣସି ଖରାପ ପ୍ରଭାବ ପକାଇବ ନାହିଁ ବୋଲି ମିଲାଇ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.