Below header

ଖୋଲିବ ଜ୍ୟୋତି ରଞ୍ଜନ ବେଉରା ଓରଫ୍‌ ଗୋଲଡେନ୍‌ ବାବାର ଆର୍ଥିକ କାରବାରର ଗୁମର, ଖୋଳତାଡ କରିବ ED

କେନ୍ୟୁଜ୍(ବ୍ୟୁରୋ):ଖୋଲିବ ଜ୍ୟୋତି ରଞ୍ଜନ ବେଉରା ଓରଫ୍‌ ଗୋଲଡେନ୍‌ ବାବାର ଆର୍ଥିକ କାରବାରର ଗୁମର । ଖୋଳତାଡ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏନେଇ ପକ୍ରିୟାର ଆରମ୍ଭ ହୋଇଥିବା ଇଡି ପକ୍ଷରୁ ସୂଚନା ମିଳିଛି । ଫୋକସ୍‌ରେ ଜ୍ୟୋତିର ଆର୍ଥିକ କାରବାର । ଜବତ ହୋଇଥିବା ଆକାଉଣ୍ଟର ତଥ୍ୟ ମଧ୍ୟ ପୋଲିସ ଓ ଇଓଡବ୍ଲ୍ୟୁକୁ ମାଗିଛି ଇଡି । ୨୦୧୮ମସିହାରେ ଡିସେମ୍ବର ମାସରେ ଗୋଲଡେନ୍‌ ବାବାଙ୍କୁ ଗିରଫ କରିଥିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଅଭିଯୋଗ ଥିଲା ୧୨କୋଟି ଟଙ୍କାର ଚେକ୍‌ ଜାଲିଆତି । କେନ୍ଦୁଝର ବଡବିଲ୍‌ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଫାଇନାନ୍ସ ଦେବା ନାମରେ ଚେକ୍‌ ଜାଲିଆତି କରିଥିଲା । ଏନେଇ ଚନ୍ଦ୍ରଶେଖର ପୁର ଥାନାରେ ଅଭିଯୋଗ ପରେ ଗିରଫ ହୋଇଥିଲେ ଗୋଲଡେନ୍‌ ବାବା । ଖୋଳତାଡରୁ ଜଣାପଡିଲା, ତା ନାମରେ ରାଜଧାନୀର ୩ଟି ଥାନାରେ ରହିଛି ଅଭିଯୋଗ । ୨୦୧୮ ମସିହାରେ ଲକ୍ଷ୍ମୀସାଗର ଥାନାରେ ମଧ୍ୟ ୪କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ରହିଛି । ସେପଟେ ଲୋକଙ୍କୁ ଠକି ରାଜଧାନୀରେ ନିଜର ଦବଦବା ଜାହିର କରୁଥିଲା ଗୋଲଡେନ୍‌ ବାବା । ସେ କୋଟିଏ ଟଙ୍କାର ଗାଡି ଚଲାଉଥିବା ନେଇ ଫଟୋ ସାମ୍ନାକୁ ଆସିଥିଲା । ଏହି ଘଟଣାର ଖୋଳତାଡ କରୁଛି ଅର୍ଥନୈତିକ ଅପରାଧ ଶାଖା-ଇଓଡବ୍ଲ୍ୟୁ । ଏବେ ଖୋଳତାଡ କରିବ ଇଡି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.