କଟକ: ପୁଣି ୧୧ କେଭି ବିଦ୍ୟୁତ୍‌ ତାର ନେଲା ଜୀବନ, ବିଦ୍ୟୁତ୍‌ ଆଘାତରେ ଆସି ଓରିକଣ୍ଟା ଇରିଗେସନ୍‌ ବିଭାଗ କର୍ମଚାରୀ ମୃତ

ମାହାଙ୍ଗା(କେନ୍ୟୁଜ୍):  ପୁଣି ବିଦ୍ୟୁତ୍‌ ତାର ନେଲା ଜୀବନ । ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । କଟକ ନେମାଳ ଥାନା ଲେଣ୍ଡୁରା ଭଗବାନପୁରରେ ଘଟିଛି ଅଘଟଣ । ମୃତକ ହେଉଛନ୍ତି ଓରିକଣ୍ଟା ଇରିଗେସନ୍‌ ବିଭାଗ କର୍ମଚାରୀ ସୁରେନ୍ଦ୍ର ନାଥ ଆଚାର୍ଯ୍ୟ । ଚିତ୍ରୋତ୍ପଳା ନଦୀ ବନ୍ଧ ରାସ୍ତା ମାପଚୁପ କରୁଥିବା ବେଳେ ସୁରେନ୍ଦ୍ର ହଠାତ୍‌ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ସହ ଆଉ ଜଣେ କର୍ମଚାରୀ ହରେକୃଷ୍ଣ ସେଠୀ ସାମାନ୍ୟ ଆହତ ହୋଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.