କଳିଙ୍ଗ ଟିଭିର ମୁଖ୍ୟ ସଂପାଦକ ସୌମ୍ୟଜିତ ପଟ୍ଟନାୟକଙ୍କୁ ଦିଆଗଲା ଓଡ଼ିଆ ଜର୍ଣ୍ଣାଲିଜିମ୍ ଆୱାର୍ଡ
ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଗଣମାଧ୍ୟମ କ୍ଷେତ୍ରରେ ସୌମ୍ୟଜିତ ପଟ୍ଟନାୟକଙ୍କର ୩୦ବର୍ଷର ଅଭିଜ୍ଞତା ରହିଛି। ଉଭୟ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆରେ ସେ ତାଙ୍କର ଦକ୍ଷତା ପ୍ରତିପାଦିତ କରିଛନ୍ତି।

କେନ୍ୟୁଜ୍(ବ୍ୟୁରୋ): କଳିଙ୍ଗ ଟିଭିର ମୁଖ୍ୟ ସଂପାଦକ ସୌମ୍ୟଜିତ ପଟ୍ଟନାୟକଙ୍କୁ ଓଡ଼ିଆ ଜର୍ଣ୍ଣାଲିଜିମ୍ ଆୱାର୍ଡ। ନୂଆଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୌମ୍ୟଜିତଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଗଣମାଧ୍ୟମ କ୍ଷେତ୍ରରେ ସୌମ୍ୟଜିତ ପଟ୍ଟନାୟକଙ୍କର ୩୦ବର୍ଷର ଅଭିଜ୍ଞତା ରହିଛି। ଉଭୟ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆରେ ସେ ତାଙ୍କର ଦକ୍ଷତା ପ୍ରତିପାଦିତ କରିଛନ୍ତି।
ଅଗ୍ରଣୀ ଓଡ଼ିଆ ପ୍ରତିଷ୍ଠାନ ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ-୨୦୨୩ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅନ୍ୟ ୪ଜଣ ବରିଷ୍ଠ ସାମ୍ବାଦିକଙ୍କୁ ମଧ୍ୟ ଓଡ଼ିଆ ଜର୍ଣ୍ଣାଲିଜିମ୍ ଆୱାର୍ଡ ପ୍ରଦାନ କରାଯାଇଛି। ସମ୍ବାଦର ଡିଜିଏମ୍- ନ୍ୟୁଜ ଭବାନୀ ଶଙ୍କର ତ୍ରିପାଠୀ, ଅର୍ଗସ ନିଉଜର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ, ବରିଷ୍ଠ ସାମ୍ବାଦିକ ମନୋରଂଜନ ଯୋଶୀ ଏବଂ ସୁଦୀପ କୁମାର ରାଉତଙ୍କୁ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।
ସେହିପରି ମହିଳା ସାମ୍ବାଦିକାଙ୍କ ସର୍ବୋତ୍ତମ ଯୋଗଦାନ ପାଇଁ ଚଳିତ ବର୍ଷଠାର ପଲ୍ଲୀବାଣୀ ପ୍ରତିଷ୍ଠାନ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରତିଭା ପଟ୍ଟନାୟକ ଉତ୍କର୍ଷ ସାମ୍ବାଦିକତା ପୁରସ୍କାର ବର୍ଗରେ ସାମ୍ବାଦିକା ସାରଦା ଲାହାଙ୍ଗୀରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପତଞ୍ଜଳି ଆୟୁର୍ବେଦର ଅଧ୍ୟକ୍ଷ ଆଚାର୍ଯ୍ୟ ବାଳକୃଷ୍ଣ ବିଶିଷ୍ଟ ଅତିଥି ରୁପେ ଯୋଗ ଦେଇଥିଲେ।.