Below header

ପଦାରେ ପଡିଲା ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗର ଦୁର୍ନୀତି, ଭାଇରାଲ ହେଲା ଲାଞ୍ଚ ମାଗିବା ଅଡିଓ

ମାଲକାନଗିରି(କେନ୍ୟୁଜ୍): ପଦାରେ ପଡିଲା ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗର ଦୁର୍ନୀତି। ବ୍ଲକ ଶିକ୍ଷା ଅଧିକାରୀଙ୍କ ଲାଞ୍ଚ ମାଗିବା ଅଡିଓ ଭାଇରାଲ । ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନ ପାଇଁ ଆସିଥିବା ଟଙ୍କାରୁ ବ୍ଲକ ଶିକ୍ଷା ଅଧିକାରୀ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏହାର ଅଡିଓ ଭାଇରାଲ ହେବା ପରେ ଲାଞ୍ଚର ଅସଲ କଥା ପଦାରେ ପଡିଛି । ମାଥିଲି ବ୍ଲକ ଶିକ୍ଷା ବିଭାଗର ସଂପୃକ୍ତ ଅଧିକାରୀ ଟେମୁରୁପାଲୀରେ ଜଣେ ପୂର୍ବତନ ସିଆରସିସିଙ୍କୁ ଲାଞ୍ଚ ମାଗୁଛନ୍ତି । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନ ବାବଦରେ ତାଙ୍କ ପ୍ରାପ୍ୟ କାହିଁକି ଦିଆଯାଉନାହିଁ ? ସବୁ ବିଦ୍ୟାଳୟରୁ ଏ ନେଇ ଟଙ୍କା ଆଦାୟ କରାଯାଇଥିବା ବେଳେ ବିଇଓ ମହାଶୟଙ୍କୁ କାହିଁକି ମିଳିପାରି ନାହିଁ । ଫୋନରେ CRCC ମହାଶୟଙ୍କୁ ଲାଞ୍ଚ ମାଗିଛନ୍ତି । ସମସ୍ତେ ଖାଉଛ ମୋ ଭାଗ କାହିଁକି ମୋତେ ଦେଉ ନାହଁ ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ଲାଞ୍ଚ ଦେବାକୁ CRCCଙ୍କୁ ଫୋନରେ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଏ ନେଇ ସରକାରଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି । ଦୋଷୀ ସାବ୍ୟସ୍ତ ହେଲେ ଶୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.