କାଶୀପୁର ଡେଙ୍ଗାଗୁଡ଼ା ଗାଁରେ ହଇଜା ନେଲା ଆଉ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ଯା ୮କୁ ବୃଦ୍ଧି

ରାୟଗଡ଼ା(କେନ୍ୟୁଜ୍): ହଇଜାରେ ଆଉ ଜଣଙ୍କ ମୃତ୍ୟୁ। ରାୟଗଡ଼ା କାଶୀପୁର ବ୍ଲକ ଡେଙ୍ଗାଗୁଡ଼ା ଗାଁରେ ହଇଜା ନେଲା ଆଉ ଜଣଙ୍କ ଜୀବନ। ମୃତକ ଜଣକ ଅର୍ଜୁନ ଜାନି। ଗତ ୧୮ ତାରିଖରେ ସେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।

ଅର୍ଜୁନ ଜାନିଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ହଇଜାରେ ୮ଜଣ ମୃତ୍ୟୁବରଣ କଲେଣି। ୪୮ଜଣ ଚିକିତ୍ସାଧୀନ ଅଛନ୍ତି। ରାସ୍ତାଘାଟ ସଫା କରାଯିବା ସହ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ପ୍ରଶାସନ ପକ୍ଷରୁ ସ୍ୱକନ୍ତ୍ର ଦ୍ୟାନ ଦିଆଯାଉଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କାଶୀପୁର ଅଞ୍ଚଳ ଗସ୍ତ କରି ସ୍ଥିତି ନେଇ ଅନୁଧ୍ୟାନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.